ସମଗ୍ର ବିଶ୍ୱରେ ୨୦ କୋଟି ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଆଜି ‘ୱାର୍ଲଡୋମିଟର’ରୁ ପ୍ରାପ୍ତ ତଥ୍ୟାବଳି ଅନୁସାରେ, ସମଗ୍ର ବିଶ୍ୱରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦,୨୬୪,୩୫୬ରେ ପହଞ୍ଚିଛି । ଏଥିରୁ ୧୮୦,୫୩୧,୪୫୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪,୨୫୮,୬୯୩ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।
୩୬,୦୪୯,୦୧୫ଜଣ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକା କରୋନାଭାଇରସ୍ ସଂକ୍ରମଣ ମାମଲାରେ ବିଶ୍ୱର ସର୍ବାଗ୍ରେ ରହିଛି । ସେମାନଙ୍କ ମଧ୍ୟରୁ ୨୯,୭୫୬,୫୮୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୬୩୦,୪୯୭ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଯାଇଛି । ଏବେ ଆମେରିକାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୫,୬୬୧,୯୩୨ ।
ସମୁଦାୟ ୩୧,୭୬୭,୯୬୫ କରୋନାଭାଇରସ୍ ସଂକ୍ରମିତ ବ୍ୟକ୍ତି ଥାଇ ଭାରତ ବିଶ୍ୱର ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ଭାରତରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୩୦,୯୨୫,୩୪୮ଜଣ ଆରୋଗ୍ୟ ହୋଇଥିବା ବେଳେ ୪୨୫,୭୮୯ଜଣ ପ୍ରାଣ ହରାଇଛନ୍ତି । ଏବେ ଭାରତରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟ ରହିଛି ୪୧୬,୮୨୮ ।
କୋଭିଡ୍‌-୧୯ ସଂକ୍ରମଣର ତୃତୀୟ ସ୍ଥାନରେ ରହିଛି ବ୍ରାଜିଲ୍ । ସେଠାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୯,୯୮୬ । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୮,୭୪୬,୮୬୫ । ଏହା ବ୍ୟତିରେକେ, ବ୍ରାଜିଲ୍‌ରେ ୫୫୮,୫୯୭ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।
କରୋନାଭାଇରସ୍ ମହାମାରୀର ଚତୁର୍ଥ ସ୍ଥାନରେ ରହିଛି ରୁଷ୍ । ରୁଷ୍‌ରେ ସମୁଦାୟ ୬,୩୩୪,୧୯୫ଜଣ ଆକ୍ରାନ୍ତ ହୋଇଛନ୍ତି, ୫,୬୫୯,୭୪୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଓ ୧୬୦,୯୨୫ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ରୁଷ୍ ପଛକୁ ଯଥାକ୍ରମେ ରହିଛନ୍ତି, ଫ୍ରାନ୍ସ୍‌, ଇଂଲଣ୍ଡ୍‌, ତୁର୍କୀ, ଆର୍ଜେଣ୍ଟିନା ସମେତ ବିଶ୍ୱର ୨୧୯ଟି ଦେଶ

Comments (0)
Add Comment