ଭୁବନେଶ୍ୱର : ରାଜ୍ୟର ସମସ୍ତ ଥାନାକୁ ସଶକ୍ତ କରାଯିବ । ଏଥିପାଇଁ ଅତିରିକ୍ତ ମାନକ ସମ୍ବଳ ପ୍ରଦାନ କରାଯିବ ବୋଲି ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ କହିଛନ୍ତି। ଅତିରିକ୍ତ ରେଳବାଇ ମହାନିର୍ଦ୍ଦେଶକ, ପୋଲିସ କମିଶନର ଭୁବନେଶ୍ୱର-କଟକ, ଅତିରିକ୍ତ ଡି.ଜି ଗୁଇନ୍ଦା,ରାଜ୍ୟର ସମସ୍ତ ରେଂଜ ଆଇଜି, ଡିଆଇଜି, ଭୁବନେଶ୍ୱର ଓ କଟକ ଡିସିପି, କଟକ ଓ ରାଉରକେଲା ଏସଆରପି ଓ ସମସ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡିକର ସମୀକ୍ଷା କରିଛନ୍ତି। ଦୈନନ୍ଦିନ କାର୍ଯ୍ୟ ଶୈଳୀରେ ପରିବର୍ତ୍ତନ,କାର୍ୟ୍ୟାଳୟରେ ସାମାଜିକ ଦୂରତ୍ୱ ଅବଲମ୍ବନ, ଗିରଫ, ଅନୁସନ୍ଧାନ ଓ ତଦନ୍ତ ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ , କୋଭିଡ – ୧୯ ନିୟମକୁ କଡାକଡି ପ୍ରବର୍ତ୍ତନ , ସଚେତନତା ସୃଷ୍ଟି ଓ ଜନହିତୈଷୀ କାର୍ଯ୍ୟ କରିବା ପାଇଁ ସେ ପୁଲିସକୁ ପରାମର୍ଶ ଦେଇଛନ୍ତି।