କଟକ: ଆଉ ନାହାନ୍ତି ସମାଜସେବୀ ପଦ୍ମଶ୍ରୀ ଡି.ପ୍ରକାଶ ରାଓ  । ଆଜି ଏସସିବି କୋଭିଡ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି  । କରୋନାରେ ଆକ୍ରାନ୍ତ ଥିବା ପ୍ରକାଶଙ୍କର ବଡ ମେଡିକାଲରେ  ଚିକିତ୍ସା  ଚାଲିଥିଲା  । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ହୋଇନଥିଲା  । ଯେଉଁକାରଣରୁ ଆଜି ଅପରାହ୍ନ ୪.୧୫ ମିନିଟରେ  ସେ ଶେଷ ନିଶ୍ୱସ ତ୍ୟାଗ କରିଛନ୍ତି  । ଏନେଇ ସୂଚନା ଦେଇଛନ୍ତି ଏସିସିବି  ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା  ।
 ଗତ ଡିସେମ୍ବର ୨୫ ତାରିଖରେ ଡି.ପ୍ରକାଶ ରାଓ ପୁଣି ଅସୁସ୍ଥ ହୋଇଥିଲେ । ଯାହା ପରେ ତାଙ୍କ  ଏସସିବି ମେଡିକାଲରେ ଭର୍ତି କରାଯାଇଥିଲା  । ସେହି ସମୟରେ ହୋଇଥିବା କରୋନା ଟେଷ୍ଟରେ ପଜିଟିଭ  ଆସିଥିଲା । ପରେ ତାଙ୍କୁ ଏସସିବି କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା  । ପରେ ରାଓଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଆଇସିୟୁରେ ଭର୍ତି କରଯାଇଥିଲା  । ଏହାଛଡା ତାଙ୍କର ତ୍ଲଡ ସୁଗାର ଓ ବ୍ଲଡ ପ୍ରେସର ମଧ୍ୟ ରହିଥିବାରୁ  ଚିକିତ୍ସା  ପାଇଁ ଏକ ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା  । ଏହାସତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନଥିଲା  । ତେବେ କିଛି ଦିନ ତଳେ ତାଙ୍କର କୋଭିଡ ରିପୋର୍ଟ ମଧ୍ୟ ନେଗେଟିଭ ଆସିଥିଲା  । ଯାହା ରେ ତାଙ୍କୁ ସେଂଟ୍ରାଲ ଆଇସିୟୁକୁ ସ୍ଥାନାନ୍ତର କରାଯିବା ପାଇଁ ଯୋଜନା କରାଯାଇଥିଲା  । ଏହା ପୂର୍ବରୁ ଆଜି ଆଖି ବୁଜିଛନ୍ତି ଡି. ପ୍ରକାଶ ରାଓ ।