ବୁର୍ଲା: ବୁର୍ଲାରେ କରୋନା ସଂକ୍ରମଣ ରୋକିବାକୁ ସହରର ବିଭିନ୍ନ ଅଂଚଳକୁ ଜିଲ୍ଲା ପ୍ରଶାସନ ତରଫରୁ ୧୪୪ ଧାରା ଜାରି କରାଯାଇଛି । ସେହିପରି ବର୍ତମାନ ସ୍ଥିତିକୁ ଦେଖି ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ନିର୍ଦେଶକ୍ରମେ ଜୁଲାଇ ୭ରୁ ୧୩ ତାରିଖ ପର୍ଯ୍ୟନ୍ତ ୭ ଦିନ ବିଶ୍ୱବିଦ୍ୟାଳୟ ବନ୍ଦ ଘୋଷଣା କରାଯାଇଛି । ବନ୍ଦ ସମୟରେ ସମସ୍ତ କର୍ମଚାରୀ ଘରେ ରହି କାମ କରିବେ ବୋଲି ନିର୍ଦେଶନାମାରେ ଉଲ୍ଲେଖ ରହିଛି । କର୍ମଚାରୀମାନେ ସେମାନଙ୍କ ମୋବାଇଲ ଫୋନ୍ ଅନ୍ ରଖିବାକୁ ପରାର୍ମଶ ଦିଆଯାଇଛି । କୌଣସି ବିଶେଷ ସୂଚନା ଥିଲେ ବିଶ୍ୱବିଦ୍ୟାଳୟ ୱେବ୍ସାଇଟ୍ ମାଧ୍ୟମରେ ଦିଆଯିବ ବୋଲି ନିର୍ଦେଶନାମାରେ ଉଲ୍ଲୋଖ ରହିଛି ।