ସରକାରୀ ଡାକ୍ତରଖାନାରେ ନିଆଁ ଲାଗି ୧୦ ନବଜାତଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟର ଏକ ସରକରୀ ଡାକ୍ତରଖାନାରେ ନିଆଁ ଲାଗିଯିବାରୁ ୧୦ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି । ସୂଚନାନୁସାରେ , ଡାକ୍ତରଖାନାର ଯେଉଁ ୱାର୍ଡରେ ୧୭ଜଣ ନବଜାତ ଶିଶୁଙ୍କୁ ରଖାଯାଇଥିଲା ସେଠାରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା । ପ୍ରଥମେ ଜଣେ ନର୍ସ ସେହି ୱାର୍ଡରୁ ଧୂଆଁ ବାହାରୁଥିବା ଦେଖି ଚିତ୍କାର କରିଥିଲେ । ତାଙ୍କ ଚିତ୍କାର ଶୁଣି ମେଡିକାଲର ଅନ୍ୟ କର୍ମଚାରୀ ଦୌଡି ଆସି ସେଠାରେ ନିୟୋଜିତ ଅଗ୍ନିଶମ ବାହିନୀ ସୂଚନା ଦେଇଥିଲେ । ଅଗ୍ନିଶମ ବାହିନୀ ଆସି ଶିଶୁମାନଙ୍କୁ ଉଦ୍ଧାର କରିଥିଲେ । ହେଲେ ସେଥିରେ ଥିବା ୧୦ ଜଣ ଶିଶୁଙ୍କର ମୃତ୍ୟୁ ଘଟିସାରିଥିଲା । ପ୍ରବଳ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ସେମାନଙ୍କ ମୃତ୍ୟୁ ହୋଇଥିଲା । ବାକି ୭ଜଣ ଶିଶୁଙ୍କୁ ଜୀବନ୍ତ ଉଦ୍ଧର କରାଯାଇଥିଲା । ତେବେ ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ଯେ ଏହି ଦୁର୍ଘଟଣା ସର୍ଟସର୍କିଟ ଯୋଗୁ ଘଟିଥିବା ଜଣାପଡିଛି । ଅନ୍ୟପକ୍ଷରେ ଏହି ଘଟଣା ପରେ ଦଃଖରେ ଭାଙ୍ଗିପଡିଛନ୍ତି ମୃତ ଶିଶୁମାନଙ୍କ ବାପା ଓ ମା’ ମାନେ । ଏହି ଘଟଣା ପାଇଁ ସେମାନେ ଡାକ୍ତରଖାନା କର୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରୁଛନ୍ତି । ତା’ ସହିତ ଘଟଣାର ତଦନ୍ତ କରିବା ପାଇଁ ସେମାନେ ଦାବି କରିଛନ୍ତି ।

Comments (0)
Add Comment