ସରଗୁଲି ଜଙ୍ଗଲରେ ନିଆଁ

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ତଥା ଉମରକୋଟ ବନ ବିଭାଗ ଅଧିନରେ ଥିବା ସରଗୁଲି ସଂରକ୍ଷିତ ଜଂଗଲରେ ଆଜି ରାତି ପ୍ରାୟ ସାଢେ ୮ଟା ସମୟରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା l ତେବେ ନିଆଁ କିଭଳି ଲାଗିଲା ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଏହି ନିଆଁରେ ପ୍ରାୟ ଏକର ଏକର ଜଂଗଲ ପୋଡ଼ି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି l  ସୂଚନା ଅନୁଯାୟୀ ବର୍ତ୍ତମାନ ଖରାଦିନ ହେଉଥିବା ବେଳେ ଜଂଗଲରେ ପ୍ରାୟ ସମୟରେ ନିଆଁ ଲାଗୁଥିବା ଦେଖାଯାଉଛି l ଏହି ନିଆଁ କିଭଳି ଲାଗୁଛି ତାହା ସ୍ପଷ୍ଟ ଜଣାପଡ଼ୁ ନଥିବା ବେଳେ ନିଆଁ ଲିଭାଇବାରେ ବନ ବିଭାଗ ବିଫଳ ହେଉଥିବା ଦେଖିବାକୁ ମିଳିଛି | କିଛି ଦିନ ପୂର୍ବେ କୁଣ୍ଡରାପାଣି, ମୁନିଗାଡିହି ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗି ପ୍ରାୟ ଗଛପତ୍ର ପୋଡ଼ି ନଷ୍ଟ ହୋଇଯାଇଥିଲା l ବନ ବିଭାଗ ପକ୍ଷରୁ ନିଆଁ ଲିଭାଇବା ପାଇଁ କର୍ମଚାରୀ ନିଯୁକ୍ତ ରହିଥିବା ସହିତ ଜଂଗଲରେ ନିଆଁ ନଲାଗାଇବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାନ କରାଯାଇ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ବିଭାଗର ଅବହେଳା ଯୋଗୁଁ  ଏଥିରେ କୌଣସି ଫଳପ୍ରଦ ହୋଇ ପାରୁ ନଥିବା ଦେଖିବାକୁ ମିଳିଛି l ଫଳରେ ଗୋଟାଏ ପରେ ଗୋଟାଏ ଜଂଗଲରେ ନିଆଁ ଲାଗୁଥିବା ସାମ୍ନାକୁ ଆସୁଛି l ସ୍ଥାନୀୟ ବ୍ଲକର  ସଂରକ୍ଷିତ ଜଙ୍ଗଲ ଓ ଗ୍ରାମ୍ୟ ଜଂଗଲରେ କିଭଳି ନିଆଁ ଠାରୁ ମୁକ୍ତ ରଖାଯିବ ସେ ନେଇ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି | 

Comments (0)
Add Comment