ସର୍ବସାଧାରଣ ସ୍ଥାନରେ ହୋଇପାରିବନି ଗଣେଶ ପୂଜା


କଟକ- ଚଳିତ ବର୍ଷ ମହାମାରୀ କରୋନା ପାଇଁ ସର୍ବସାଧାରଣ ସ୍ଥାନରେ ହୋଇପାରିବନି ଗଣେଶ ପୂଜା । ଯେଉଁମାନେ ଚାହିଁବେ ଘରେ ନିରାଡମ୍ବର ଭାବେ ପୂଜା କରିବେ । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ । କଟକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତି ନିଆଯାଇଛି । ତେଣୁ ମାଟି ଆଣିବା ସମୟରେ ପ୍ରତି କମିଟିର ୪ ଜଣ ଯାଇ ମାଟି ଆଣିବେ । ତେବେ ଆଗକୁ ଦୁର୍ଗ ପୂଜା ଆସୁଛି, ଚଳିତ ବର୍ଷ ପୂଜା ହେବକି ନାହିଁ ସ୍ଥିତି ଦେଖି ନିଷ୍ପତି ନିଆଯିବ ।

Comments (0)
Add Comment