ସହାୟତା ପାଇଁ ଭରଷା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ଗୁଆହାଟୀ: ଆସାମରେ ବନ୍ୟା ପରିସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଫୋନରେ ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କ ସହିତ ଆସାମର ବନ୍ୟା ଓ କୋଭିଡ-୧୯ ସଂପର୍କିତ ପରିସ୍ଥିତି ଓ ବାଗଜାନ ତୈଳ କୂପ ସଂପର୍କରେ କଥାବାର୍ତା ହୋଇଥିଲେ । ଆସାମରେ ବନ୍ୟା ଓ ଭୂସ୍ଖଳନ କାରଣରୁ ମୃତ୍ୟୁ ସଂଖ୍ୟା ୧୧୦ରେ ପହଁଚିଛି । ଏବଂ ୨୫.୨୯ ଲକ୍ଷ ଲୋକେ ବନ୍ୟା ଜଳରେ ପ୍ରଭାବିତ ହୋଇଛନ୍ତି ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ମୋଦୀ ଯଥା ସମ୍ଭବ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ ।

Comments (0)
Add Comment