ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ସାଢେ଼ ୭ ହଜାର ଟପିଛି । ଗୁରୁବାର ଦିନକରେ ୨୨୯ ପଜିଟିଭ ଯୋଡି ହୋଇଛନ୍ତି । ସ୍ଥାନୀୟ ସଂକ୍ରମଣ ଚିନ୍ତା ବଢ଼ାଇଛି । ୩୭ ଜଣ ଏମିତି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାର ସଂକ୍ରମଣର ଉତ୍ସ ପାଇନି ପ୍ରଶାସନ । ବାକି ୧୯୩ ଜଣ କ୍ୱାରେଂଟାଇନ୍ ସେଂଟରରୁ ଚିହ୍ନଟ ହୋଇଛନ୍ତି । ୨ଟି କରୋନା ମୃତ୍ୟୁ ହୋଇଛି ରାଜ୍ୟରୁ । ଜଣଙ୍କ ଘର ଗଞ୍ଜାମ ଓ ଅନ୍ୟ ଜଣେ ଅନୁଗୁଳର ବୋଲି ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । କରୋନା ମୃତ୍ୟୁ ରାଜ୍ୟରେ ୨୭ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୫୪୫ ହୋଇଛି । ସଂକ୍ରାମଣ ବଢ଼ୁଥିବା ଦେଖି ଛନକା ପଶିଛି । ଗଞ୍ଜାମରେ ଜିଲ୍ଲା ପ୍ରଶାସନ ଗାଡ଼ି ବାହାରକୁ ବାହାର କରିବା ଉପରେ ପ୍ରତିବନ୍ଧକ ଲଗାଇଛି । ଦୁଇ ଚକିଆ କିମ୍ବା ଚାରି ଚକିଆ ନେଇ କେହି ବାହାରି ପାରିବେନି । ଜୁଲାଇ ମାସ ଶେଷ ଯାଏ ଏହି ନିର୍ଦେଶ ବଳବତର ରହିବ । ପୂର୍ବରୁ ୧୦ ଜିଲ୍ଲାରେ ଶନିବାର ଓ ରବିବାର ସଟ୍ଡାଉନ କରିବାକୁ ସରକାର ଘୋଷଣା କରିଥିଲେ । ନୟାଗଡ଼, ଢେଙ୍କାନାଳ, କେନ୍ଦ୍ରପଡ଼ା, ବଲାଙ୍ଗୀର, ବରଗଡ଼, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ଝାରସୁଗୁଡ଼ା ଜିଲ୍ଳା ପ୍ରଶାସନ ମଧ୍ୟ ଶନି ଓ ରବିବାର ସଟ୍ଡାଉନ କରିବାକୁ ନିର୍ଦେଶ ଦେଇଛନ୍ତି । ଗଞ୍ଜାମରେ ସ୍ଥିତି ସବୁଠୁ ସଂଘାତିକ । ଜିଲ୍ଲାରୁ ୯୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ଜିଲ୍ଲାରେ ସେଂଚୁରୀ ମାରିଥିଲା କରୋନା । ମଙ୍ଗଳବାର ୩ ଜଣ ଚିହ୍ନଟ ହୋଇଥିବା ବେଳେ ସୋମବାର ସଂଖ୍ୟା ଥିଲା ୯୬ । ୪ ଦିନ ଭିତରେ ଜିଲ୍ଲାରୁ ୨୯୬ ସଂକ୍ରମିତ ଚିହ୍ନଟ ହେଲେଣି । ଗଞ୍ଜାମରେ ମୋଟ ସଂକ୍ରମଣ ସଂଖ୍ୟା ୧୫୬୭ ହୋଇଛି । କରୋନାରେ ଜରଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ ଆକ୍ରାନ୍ତର ପାଖପାଖି ୨୧% ହେଉଛି ଗଞ୍ଜାମରୁ । ଜିଲ୍ଲାର ୪୯ ବର୍ଷୀୟ ବ୍ୟକ୍ତି କୋଭିଡ ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ମୃତ୍ୟୁ ହୋଇଛି । ବାଲେଶ୍ୱର ୨୪ ପଜେଟିଭ ଚିହ୍ନଟ ପରେ ମୋଟ ଆକ୍ରାନ୍ତ ସଂଖ୍ୟାା ୩୭୭ ହୋଇଛି । ଅନୁଗୁଳରୁ ଜଣେ ପଜେଟିଭ ଚିହ୍ନଟ ପରେ ସଂକ୍ରମିତ ସଂଖ୍ୟା ୭୧ ହୋଇଛି । ଜିଲ୍ଲାରୁ ୫୭ ବର୍ଷାୟ ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ବରଗଡ଼ରୁ ଜଣେ ପଜିଟିଭ ଚିହ୍ନଟ ପରେ ମୋଟ ସଂଖ୍ୟା ଜିଲ୍ଲାରେ ୧୧୦ ହୋଇଛି । ବଲାଙ୍ଗିରରେ ୭ ପଜିଟିଭି ବାହାରିବା ପରେ ଆକ୍ରାନ୍ତ ସଂଖ୍ୟା ୧୯୪ ହୋଇଛି । ବୌଦ୍ଧରେ ୩ ନୂଆ କେସ୍ ଆସିବା ପରେ ସଂକ୍ରମିତ ସଂଖ୍ୟା ୪୫ ହୋଇଛି । କଟକରେ ମଧ୍ୟ ସ୍ଥିତି ଭୟାନକ ହୋଇ ଚାଲିଛି । ଜିଲ୍ଲା ୧୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ପଜିଟିଭ ସଂଖ୍ୟା ୬୨୦ ହୋଇଛି । ଦେବଗଡ଼ରୁ ଜଣେ ପଜିଟିଭି ପରେ ମୋଟ ସଂକ୍ରମିତ ସଂଖ୍ୟା ହୋଇଛି । ଗଜପତିରୁ ଜଣେ ପଜିଟିଭ ଚିହ୍ନଟ ପରେ ମୋଟ ସଂକ୍ରମିତ ସଂଖ୍ୟା ୪୪୨ ହୋଇଛି । ୩୦୦ ମୁହାଁ ହୋଇଛି ଜଗତସିଂହପୁର । ଜଣେ ଚିହ୍ନଟ ପରେ ୨୯୯ ହୋଇଛି ସଂକ୍ରମିତ ସଂଖ୍ୟା ଯାଜପୁରରେ କରୋନା ଲମ୍ବିଛି । ୨୨ ନୂଆ ପଜିଟିଭ ବାହାରିଛିନ୍ତି ଜିଲ୍ଲାରୁ । ମୋଟ ସଂଖ୍ୟା ୫୩୭ ହୋଇଛି । ଝାରସୁଗୁଡାରୁ ୧୦ ରୋଗୀ ଚିହ୍ନଟ ପରେ ମୋଟ ସଂକ୍ରମର ସଂଖ୍ୟା ୧୧୮ ହୋଇଛି । କେନ୍ଦୁଝରରୁ ଗୋଟିଏ ନୂଆ କେସ୍ ଆସିଛି । ଏଠି ସଂଖ୍ୟା ୧୪୬ ହୋଇଛି । କୋରାପୁଟରେ ଜଣେ ପଜିଟିଭ ଚିହ୍ନଟ ପରେ ୪୮ ହୋଇଛି ପଜିଟିଭ ସଂଖ୍ୟା ଖୋର୍ଦ୍ଧାରେ ଜିଲ୍ଲାରୁ ୨୧ ନୂଆ ପଜିଟିଭ ଚିହ୍ନଟ ପରେ ୮୬୮କୁ ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା ପଜିଟିଭଙ୍କ ମଧ୍ୟରେ ମଧ୍ୟରେ ୧୩ ଜଣ ଭୁବନେଶ୍ୱରରୁ, ମୟୁରଭଞ୍ଜର ୨ ରୋଗୀ ଚିହ୍ନଟ ପରେ ସଂକ୍ରମିତ ସଂଖ୍ୟା ୨୧୫ ହୋଇଛି । ନୟାଗଡ଼ରେ ୫ ନୂଆ ରୋଗୀ ଚିହ୍ନଟ ପରେ ସଂକ୍ରମିତ ସଂଖ୍ୟା ୧୬୩ ହୋଇଛି । ପୁରୀରେ ୪ ପଜିଟିଭ ବାହାରିବା ପରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୭୨କୁ ବୃଦ୍ଧି ପାଇଛି । ସୁନ୍ଦରଗଡ଼ରେ ସଂଖ୍ୟା ୨୦୦ରୁ ୨୧୭ ହୋଇଛି । ୧୭ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ୧୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗଞ୍ଜାମ ଜିଲ୍ଲାରୁ ୪୯, ଖୋର୍ଦ୍ଧାରୁ ୨୪, ମୟୁରଭଞ୍ଜରୁ ୧୪, କଟକରୁ ୧୩, କଳାହାଣ୍ଡି ଓ କେନ୍ଦ୍ରପଡ଼ାରୁ ୬ ଜଣ ଲେଖାଏଁ, ରାୟଗଡ଼ାରୁ ୫ ଜଣ, ଅନୁଗୁଳ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରୁ ୪ ଜଣ ଲେଖାଏଁ, ବଲାଙ୍ଗୀର, ଭଦ୍ରକ, ଯାଜପୁର ଓ ପୁରୀରୁ ୩ ଜଣ ଲେଖାଏଁ, ବାଲେଶ୍ୱର, ଜଗିସିଂହପୁର ଓ ନାୟଗଡ଼ରୁ ୨ ଜଣ ଲେଖାଏଁ ଏବଂ ବରଗଡ଼ ଓ କୋରାପୁଟରୁ ଜଣେ ଲେଖାଏଁ ଆରୋଗ୍ୟଲାଭ କରିଛନ୍ତି । ସୁସ୍ଥଙ୍କ ସଂଖ୍ୟା ୫୫୦୨ ହୋଇଛି ।