ଭୁବନେଶ୍ୱର,୨୫.୦୬.(ନିପ୍ର) : ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ଏହାର ନିୟନ୍ତ୍ରଣ ସଂପର୍କରେ ଏକ ବୈ÷ଠକ ଆଜି ପୂର୍ବାହ୍ନରେ ସ୍ଥାନୀୟ ରାଜୀବ ଭବନ ସ୍ଥିତ ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଅଧ୍ୟକ୍ଷତା କରି ବିଭାଗୀୟ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ । ଆଗକୁ ମୋୖସୁମୀ ଜନିତ ବର୍ଷା, ଲଘୁଚାପ ବା ବାତ୍ୟା ହେଲେ ଅଧିକ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳ ସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏଥିପାଇଁ ମନ୍ତ୍ରୀ ଶ୍ରୀ ଦାସ ସମ୍ଭାବ୍ୟ ବନ୍ୟା ନିୟନ୍ତ୍ରଣ ପାଇଁ ବିଭାଗୀୟ ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିବା ସହିତ ସତର୍କ ଓ ସଜାଗ ହେବାକୁ ପରାମର୍ଶ ଦେଇଥିଲେ ।
ପ୍ରକାଶ ଥାଉକି, ପୂର୍ବରୁ ଦୁର୍ବଳ ନଦୀବନ୍ଧ ସ୍ଥାନଗୁଡିକୁ ଚିହ୍ନଟ କରାଯାଇ ଭିନ୍ନ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଓ ଜଳ ସମ୍ପଦ ବିଭାଗର ବିଭିନ୍ନ ସ୍ତରରେ ଥିବା ବିଭାଗୀୟ ଯନ୍ତ୍ରୀମାନଙ୍କ ଦ୍ୱାରା ତଦାରଖ କରାଯାଇ ଆବଶ୍ୟକ ମରାମତି କରାଯାଇଛି । ସମ୍ଭାବ୍ୟ ବନ୍ୟା ନିୟନ୍ତ୍ରଣ ନେଇ ବିଭିନ୍ନ ସ୍ତରରେ ପୂର୍ବରୁ ବୈ÷ଠକ ହୋଇଛି । ୨୦୧୯ ମସିହାରେ ମଧ୍ୟମ ଓ ସ୍ୱଳ୍ପ ବନ୍ୟା ଯୋଗୁଁ ହୋଇଥିବା ଆଂଶିକ କ୍ଷତିଗ୍ରସ୍ତ ବନ୍ଧ ଓ ଘଳିଆ ମରାମତି କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଏ ବର୍ଷ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଆବଶ୍ୟକ ସ୍ଥଳେ ଖାଲି ସିମେଣ୍ଟ ବସ୍ତା, ବାଲି, ବାଉଁଶ, ବଲ୍ଲା ଆଦି ମହଜୁଦ ରଖିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ବନ୍ୟା ସ୍ଥିତି ଉପୁଜିଲେ ଯେପରି ରିଲିଫ୍ ସାମଗ୍ରୀ ପ୍ରଭାବିତ ଅଂଚଳମାନଙ୍କୁ ପହଁଚିପାରିବ, ସେଥିପ୍ରତି ଦୃଷ୍ଟି ଦେଇ ଜଳ ସଂପଦ ବିଭାଗ ଅଧୀନସ୍ଥ ସମସ୍ତ ନଦୀବନ୍ଧ ରାସ୍ତାକୁ ଗମନାଗମନ ଦୃଷ୍ଟିରୁ ଆବଶ୍ୟକ ମରାମତି କରାଯାଇଛି । ସମସ୍ତ ସ୍ଲୁଇସ୍ ଗେଟ୍ କାର୍ଯ୍ୟକ୍ଷମ ହୋଇଛି । ଇତି ମଧ୍ୟରେ ବରିଷ୍ଠି ଯନ୍ତ୍ରୀମାନେ ସମସ୍ତ ଜିଲ୍ଲା ଗସ୍ତ କରି ନଦୀବନ୍ଧ ପରିଦର୍ଶନ କରିଛନ୍ତି । ଜରୁରୀ ସ୍ଥିତି ପାଇଁ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ମଣ୍ଡଳ ସ୍ତରୀୟ ଓ ଡିଭିଜନ ସ୍ତରରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ବୈଠକରେ ବିଭାଗୀୟ ସଚ୍ଚିବ ଓ ବରିଷ୍ଠି ଅଧିକାରୀ ମାନେ ଯୋଗଦେଇଥିଲେ ।