କଟକ- କଟକ ସିଡିଏ ସେକ୍ଟର ୯ରୁ ଉଠିଲା କଂଟେନମେଂଟ କଟକଣା । ସଂପୃକ୍ତ ଅଂଚଳରୁ ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ ଜଟକ ମହାନଗର ନିଗମ ପକ୍ଷରୁ ଜୁନ୍ ୨୮ତାରିଖରୁ ଏହାକୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଥିଲା । ତେବେ ଆଜି ଏହାକୁ ଉଠାଇ ନିଆଯାଉଛି । ୨୭ ତାରିଖରେ ସେକ୍ଟର ୯ର ଆମ୍ବତୋଟା ଅଂଚଳରୁ ଜଣେ କରୋନା ରୋଗୀ ଚିହ୍ନଟ ହେବାପରେ ୨୮ ତାରିଖରୁ ପ୍ଲଟ ନଂ-ଡି-୪୭ ରୁ ଡି-୪୯ ଯାଏ ସାମନା ରାସ୍ତା ସିଲ୍ କରାଯାଇଥିଲା । ସେହିପରି ପଶ୍ଚିମରେ ପ୍ଲଟ ନଂ ଡି-୧ ରୁ ଡି-୪୯ ସମ୍ମୁଖ ରାସ୍ତା, ଉତରରେ ପ୍ଲଟ ନଂ ଡି-୧ ରୁ ବି-୩୪ ଯାଏ ଆମ୍ବତୋଟା ରାସ୍ତା, ପୂର୍ବରେ ପ୍ଲଟ ନଂ ବି-୩୫ ରୁ ଏ-୪୬ ଯାଏ ଅଂଚଳକୁ କଂଟେନମେଂଟ୍ ଘୋଷଣା କରାଯାଇଥିଲା ।