ସୀମାପାର ଚୀନ ସୈନ୍ୟକୁ ଫେରାଇଦେଲା ଭାରତ

ଭାରତ ସୀମା ଭିତରକୁ ଚାଲିଆସିଥିବା ଚୀନ ସୈନ୍ୟ ଜଣଙ୍କୁ ଭାରତ ଚୀନ୍‍କୁ ହସ୍ତାନ୍ତର କରିଛି। ସେହି ସୈନ୍ୟ ଜଣଙ୍କୁ ପୂର୍ବ ଲଦାଖର ଡେମ୍‍ଚୌକ ସେକ୍ଟରରୁ ଗତ ୧୮ ତାରିଖ ଦିନ ଗିରଫ କରାଯାଇଥିଲା। ଚୀନ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତିରେ କହିଛି, ଭାରତ ଓ ଚୀନ ମଧ୍ୟରେ ସ୍ୱାକ୍ଷରିତ ରାଜିନାମା ଅନୁସାରେ ସେହି ସୈନ୍ୟଜଣଙ୍କୁ ଆଜି ସକାଳେ ଚୀନ୍‍କୁ ହସ୍ତାନ୍ତର କରାଯାଇଛି। ପୂର୍ବରୁ ଚୀନ୍‍ ଏହାର ଜଣେ ସୈନ୍ୟ ନିଖୋଜ ହୋଇଯାଇଥିବା ବିଷୟରେ ଭାରତକୁ ଜଣାଇଥିଲା। ସେନାବାହିନୀ ପକ୍ଷରୁ ଏକ ବିବୃତି ଜାରି କରାଯାଇ ନିଖୋଜ ସୈନ୍ୟ ଜଣଙ୍କୁ ଚୀନକୁ ହସ୍ତାନ୍ତର କରାଯିବା ବିଷୟରେ ଜଣାଇ ଦିଆଯାଇଥିଲା।

Comments (0)
Add Comment