ସେପ୍ଟେମ୍ବରରେ ବିଧାନସଭା ଅଧିବେଶନ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ମାସରେ ବିଧାନସଭାର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ ବୋଲି ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଆଜି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଅଧିବେଶନର ୧୪ ଦିନ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ କରାଯିବ । ତେବେ ଅଧିବେଶନରେ ୨ଡୋଜ୍ ଟିକା ନେଇଥିବା ମନ୍ତ୍ରୀ, ବିଧାୟକ, କର୍ମଚାରୀ ଓ ସାମ୍ବାଦିକ ମାନଙ୍କୁ ଅନୁମତି ମିଳିବ । ୨ଡୋଜ୍ ଟିକା ନନେଇଥିଲେ ବିଧାନସଭା ଭିତରକୁ କାହାରିକୁ ଛଡାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି । ତେବେ କରୋନାରେ ଆକ୍ରାନ୍ତ ବିଧାୟକ ୨ଡୋଜ୍ ଟିକା ନନେଇଥିଲେ । ସେମାନଙ୍କ ପାଇଁ ଆଇନ୍ କୋହଳ ହେବ ନାହିଁ ।
ଶ୍ରୀ ପାତ୍ର କେବେ ବିଧାନସଭା ଅଧିବେଶନ ଅନୁଷ୍ଠିତ ହେବ ତାହା ପ୍ରକାଶ କରିନଥିଲେ ମଧ୍ୟ ନିୟମ ଅନୁସାରେ ବର୍ଷକୁ ୬୦ ଦିନ ଅଧିବେଶନ ବସିଥାଏ । ଗତ ଅଧିବେଶନ ନିର୍ଦ୍ଧାରିତ ୪ଦିନ ପୂର୍ବରୁ ଶେଷ ହୋଇଥିଲା । ସାମ୍ବିଧାନିକ ବିଧି ବ୍ୟବସ୍ଥା ପୂରଣ ପାଇଁ ବିଧାନସଭାର ଅଧିବେଶନ ଜରୁରୀ ହୋଇପଡିଛି ।

Comments (0)
Add Comment