ସେପ୍ଟେମ୍ବର ଶେଷ ଆଡକୁ କମିପାରେ କରୋନା ସକ୍ରଂମଣ


ଭୁବନେଶ୍ୱର- ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହୋବାରେ ଲାଗିଛି । ଚଳିତ ମାସ ପ୍ରଥମରୁ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ଆକ୍ରାନ୍ତଙ୍କ ସଂଖ୍ୟା କାହିଁକି ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଅନୁସାରେ ବୃଦ୍ଧି ପାଉଛି । ପ୍ରତ୍ୟେକ ଦିନ ପଜିଟିଭଙ୍କ ସଂଖ୍ୟା ୩ ହଜାର ପାର କରୁଛି । ଏବେ କରୋନାକୁ ନେଇ ଚର୍ଚ୍ଚ ଜୋର ଧରି ଥିବା ବେଳେ ଏହାକୁ ନେଇ ଆସି ଆସିଛି ଏବ ଆଶ୍ୱସ୍ତିର ଖବର । ସେପ୍ଟେମ୍ବର ଶେଷ ଆଡକୁ କରୋନା ସଂକ୍ରମଣ କିମିବ ବୋଲି ଆଶା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି କୋଭିଡ ଗାଇଡଲାନ ମାନିବାକୁ ପଡିବ । ଯଦି ଆମେ ନିୟମକୁ ଏଡାଇ ଦେବା ତେବେ ପଜିଟିଭଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବ । ରାଜ୍ୟରେ ପ୍ରାୟ ୮୦ ପ୍ରତିଶତ ଆକ୍ରାନ୍ତ ଲକ୍ଷଣ ବିହୀନ ଅଛନ୍ତି । ତେଣୁ ହୋମ ଆଇସୋଲେସନକୁ ବାଧ୍ୟତା ମୂଳକ କରାଯାଉଛି । ହୋମ ଆଇସୋଲେସନରେ ରହୁଥବବା ରେଗୀଙ୍କ ସ୍ୱାସ୍ଥ୍ୟ ଅଧିକ ଗୁରୁତର ହୁଏ ସେମାନଙ୍କ ଡାକ୍ତରଖାନା ନେବାର ବ୍ୟବସ୍ଥା କରାଯାଉଛି । ଦ୍ୱୈତ ନଗରୀରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଥିବାରୁ ହୋମ ଆଇସୋଲେସନ ବ୍ୟବସ୍ଥାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ରୋଗୀଙ୍କ ପାଇଁ ଆଇସିୟୁ, ବେଡ, ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଉଥିବା ନିରଞ୍ଜନ କହିଛନ୍ତି ।

Comments (0)
Add Comment