ପୁରୀ- ସ୍ୱର୍ଗର୍ଦ୍ୱାର ଶବଦାହ ଅବଧିକୁ ଆଉ ମାସେ ଘୁଂଚାଇ ଦେଇଛନ୍ତି ଜିଳ୍ଲାପାଳ ବଲୱନ୍ତ ସିଂ । ଅର୍ଥାତ୍ ସେପ୍ଟେମମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବିହାର ଜିଳ୍ଲାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାରରେ ଶବ ସତ୍କାର ଏବଂ ମହୋଦଧୀରେ ଚିତାଭସ୍ମ ବିସର୍ଜନ ଉପରେ କଟକଣା ଲଗାଯାଇଛି । ତେବେ କେବଳ ପୁରୀ ଜିଳ୍ଲାର ଲୋକେ ପୂର୍ବପରି ସ୍ୱର୍ଗଦ୍ୱାରରେ ଶବଦାହ କରିପାରିବେ । କରୋନା ସଂକ୍ରଣ ଦ୍ରୁତ ବୃଦ୍ଧି ଯୋଗୁଁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।