କଟକ- କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ସହରରେ ଲାଗୁ ହୋଇଥିବା ସଟଡାଉନ୍ ସୋମବାରଠୁ ହଟିବ । ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରାଯାଇ କୁହାଯାଇଛି । ସ୍ଥିତିର ସମୀକ୍ଷା କରାଯାଇ ସଟ୍ଡାଉନ୍ ହଟିବା ନେଇ ନିଷ୍ପତି ହୋଇଥିବା କୁହାଯାଇଛି । ହେଲେ ସନ୍ତାହରେ ଶନିବାର ଓ ରବିବାର ଯେଉଁଭଳି ଭାବରେ ସଟ୍ଡାଉନ୍ କଟକଣା ଲାଗୁ ହୋଇଛି, ତାହା ପୂର୍ବଭଳି ବଳବତର ରହିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି । ତେବେ ୧୩ ତାରିଖ ଠାରୁ ସକାଳ ୫ଟାରୁ ସନ୍ଧ୍ୟା ୬ଯାଏ ଦୋକାନ ବଜାର ଖୋଲା ରହିବ । ସହରରେ ଯେମିତି ରାତ୍ରୀକାଳୀନ କର୍ଫ୍ୟୁ ଥିଲା ସେମିତି ରହିବ । ସନ୍ଧ୍ୟା ୭ଟାରୁ ସକାଳ ୫ ଯାଏ ରାତିର କର୍ଫ୍ୟୁ । ତେବେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲା ରହିବ ସରକାରୀ ଅଫିସ୍ । କୋଭିଡ୍ କଟକଣା ସର୍ତ ସହ ସହରରେ ସପିଂ ମଲ୍ ଖୋଲିବ ।