ଭୁବନେଶ୍ୱର : ସୋମବାର ଠାରୁ କ୍ୟାପିଟାଲ ହସ୍ପିଟାଲରେ କେବଳ ସକାଳ ବେଳା ଓପିଡି ଖୋଲାହେବ । ଏବେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ କର୍ତୃପକ୍ଷ ସଂକ୍ରମଣକୁ ରୋକିବା ଲାଗି ଏଭଳି ନିଷ୍ପତି ନେଇଛନ୍ତି । କିନ୍ତୁ ଜେନେରାଲ ଓପିଡ଼ି ଓ କାଜୁଆଲଟି ପୂର୍ବଭଳି ଖୋଲା ରହିବାର ସୂଚନା । ହସ୍ପିଟାଲ୍ କତୃପକ୍ଷ ପଜିଟିଭ୍ ଚିହ୍ନଟ ହେବା ପରେ ଅନ୍ୟ କର୍ମଚାରୀଙ୍କୁ ସଙ୍ଗରୋଧରେ ରହିବାକୁ ପଡୁଥିବାରୁ କାର୍ଯ୍ୟରେ ବାଧା ଉପୁଜୁଛି । ଓପିଡିକୁ ସଂପୂର୍ଣ୍ଣ ଭାବେ ବନ୍ଦ ରଖିବା ପରିବର୍ତ୍ତେ ଗୋଟିଏ ବେଳା ଖୋଲା ରଖବାପାଇଁ ହସ୍ପିଟାଲ କର୍ତୃପକ୍ଷ ନିଷ୍ପତି ନେଇଛନ୍ତି । ଗତକାଲି କାର୍ଯ୍ୟରତ କର୍ମଚାରୀ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏବଂ ତାଙ୍କ ସଂସ୍ପରେ ୭ଜଣ କର୍ମଚାରୀ ଆସିଥିବା ବେଳେ ସେମାନଙ୍କର ରାପିଡ୍ ଆଂଟିଜେନ୍ କିଟ୍ରେ ପରୀକ୍ଷା କରାଯାଇଥିଲା । ତେବେ ସମସ୍ତେ ନେଗେଟିଭ୍ ଆସିବା ପରେ ପୁର୍ନବାର କାର୍ଯ୍ୟରେ ଯୋଗ ଦେବାକୁ ଅନୁମତି ଦିଆଯାଇଛି ।