ସ୍ୱଛ ସର୍ବେକ୍ଷଣ : ଓଡିଶାକୁ ‘ଦୃତତମ ଗତିଶୀଳ ରାଜ୍ୟ ମାନ୍ୟତା’

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ସ୍ୱଛ ସର୍ବେକ୍ଷଣ ୨୦୨୦ରେ ଓଡିଶାକୁ ‘ଦୃତତମ ଗତିଶୀଳ ରାଜ୍ୟ’ଭାବରେ ସ୍ୱୀକୃତି ପାଇଛିି । ସ୍ୱଛତା ହାସଲ କ୍ଷେତ୍ରରେ ଓଡିଶା ସର୍ବାଧିକ ବେଗରେ ଆଗକୁ ବଢୁଥିବା ରାଜ୍ୟର ମାନ୍ୟତା ପାଇଛି । ଏଥି ସହ ଏହି ସର୍ବେକ୍ଷଣରେ ୧୦ମ ସ୍ଥାନ ଅଧିକାର କକରିଛି । ୨୦୧୮ ଏବଂ ୨୦୧୯ରେ ରାଜ୍ୟ ଯଥାକ୍ରମେ ଦେଶରେ ୨୨ ଏବଂ ୧୬ତମ ସ୍ଥାନରେ ରହିଥିବା ବେଳେ ଚଳିତ ବର୍ଷ ସ୍ୱଛ ସର୍ବେକ୍ଷଣ ତାଲିକାରେ ଓଡିଶା ୧୦ମ ସ୍ଥାନ ଅଧିକାରୀ କରିଛି । ଏହା ବ୍ୟତିତ ୩-୧୦ ଲକ୍ଷ ଜନସଂଖ୍ୟା ଥିବା ସହର ବର୍ଗରେ ବ୍ରହ୍ମପୁର ମ୍ୟୁନସିପାଲଟି କର୍ପୋରେସନକୁ ‘ବେଷ୍ଟ ମିଡିୟମ ସିଟି ଇନ ଇନୋଭେସନ ଆଣ୍ଡ ବେଷ୍ଟ ପ୍ରାକ୍ଟିସ’ ପୁରସ୍କାର ମିଳିଛି । ଏହା ବ୍ୟତୀତ ରାଜ୍ୟର ୯ଟି ସହର ସ୍ୱଚ୍ଛ ସହର ଭାବେ ତାଲିକାରେ ସ୍ଥାନ ପାଇଛି । ଏହି ସହର ଗୁଡିକ ମଧ୍ୟରେ ବ୍ରହ୍ମପୁର, ରାଉରକେଲା, ବାରିପଦା, କଟକ, ଭୁବନେଶ୍ୱର, ପୁରୀ, ସମ୍ବଲପୁର, ଭଦ୍ରକ ଓ ବାଲେଶ୍ୱର ରହିଛି । ରାଜ୍ୟର ଏହି ସଫଳତା ଲାଗି ମୂୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି । ଏଥି ସହ ରାଜ୍ୟର ସହର ଗୁଡିକୁ ସ୍ୱଛ ଏବଂ ଜୀବନ ଧାରଣ ଲାଗି ଯୋଗ୍ୟ କରିବା ଲାଗି ବିଭାଗ ନୀରନତର ଉଦ୍ୟମ ଜାରିରଖିଛି ବୋଲି କହିଛନ୍ତି । ଆଜି ନୁଆଦିଲ୍ଲୀରେ ସ୍ୱଛ ସର୍ବେକ୍ଷଣ-୨୦୨୦ ଫଳାଫଳ ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରି ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶର ଇନେ୍ଦାର ସହର କ୍ରମାଗତ ୪ର୍ଥ ଥର ପାଇଁ ଦେଶର ସ୍ୱର୍ଚ୍ଛ ସହର ଭାବେ ପ୍ରଥମ ସ୍ଥାନ ଅକ୍ତିଆର କରିଥିଲା ବେଳେ ଗୁୁୁଜୁରାଟର ସୁରାଟ୍ ଓ ମହାରାଷ୍ଟ୍ରର ନ୍ୟାଭି ମୁମ୍ବାଇ କ୍ରମାଗତ ଦ୍ୱିତୀୟ ଓ ତୃତୀୟ ହାସଲ କରିଛନ୍ତି । ସେହିପରି ସ୍ୱଚ୍ଛ ରାଜ୍ୟ ଭାବେ ଛତିଶଗଡ ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନ ହାସଲ କରିଛି । ସୂଚନା ଯୋଗ୍ୟ ଯେ, ଦେଶର ୪୨୪୨ ସହରରେ ସ୍ୱଚ୍ଛେତା ନେଇ ସର୍ଭେ କରାଯାଇଥିଲା ବେଳେ ଏଥିରେ ୧କୋଟି ୮୭ଲକ୍ଷ ଲୋକ ଅଂଶ ଗ୍ରହଣ କରିଥିଲେ । ୨୮ ଦିନରେ ସ୍ୱଚ୍ଛତା ସର୍ବେକ୍ଷଣ ଶେଷ ହୋଇଥିଲା ।

Comments (0)
Add Comment