ସ୍ୱାବ ସଂଗ୍ରହକୁ ନେଇ ଅରେଇରେ ଉତେଜନା ଓ ସରପଂଚଙ୍କୁ ମାଡ଼

ବିଞ୍ଝାରପୁର: କ୍ୱାରେଂଟାଇନରେ ଥିବା ପ୍ରବାସୀ ଙ୍କ ସ୍ୱାବ ସଂଗ୍ରହକୁ କେନ୍ଦ୍ରକରି ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅରେଇ ପଂଚାୟତରେ ତିବ୍ର ଉତେଜନା ଦେଖାଦେଇଛି । ପ୍ରବାସୀଙ୍କ ସ୍ୱାବ ସଂଗ୍ରହ ପାଇଁ ଆସିଥିବା ଆମ୍ବୁଲାନ୍ସ ଡ୍ରାଇଭରକୁ ପ୍ରବାସୀଙ୍କ ସମ୍ପର୍କିୟ ମାନେ ନିସ୍ତୁକ ମାଡ ମାରିବା ସହିତ ସ୍ଥାନୀୟ ସରପଂଚ ଦେବାନନ୍ଦ ମଲ୍ଲିକଙ୍କୁ ମଧ୍ୟ ଆକ୍ରମଣ ହୋଇଛି । ଏଥିନେଇ ସରପଂଚ ଥାନାରେ ଅଭିଯୋଗ କରିଛନ୍ତି । ଘଟଣା ଅନୁଯାଇ ୧୪ତାରିଖଦିନ ଅରେଇ ପଂଚାୟତର ଗୋପାଳପୁର ଗ୍ରାମର ଅରୁଣ ବେହେରା ଓ ଅନ୍ୟ କେତେକ ଲୋକ ଦିଲ୍ଲୀରୁ ଫେରି ସ୍ଥାନୀୟ ବରୁଣେଶ୍ୱର ଉଚ୍ଚ ବିଦ୍ୟାଳୟ ଟିଏମସିରେ ରହିଥିଲେ । ସେମାନଙ୍କ ମଧ୍ୟରୁ ଅରୁଣଙ୍କ ଠାରେ ଲକ୍ଷଣ ଦେଖାଦେବାରୁ ତାଙ୍କ ସ୍ୱାବ ସଂଗ୍ରହ କରିବାକୁ ଆଜି ଡାକ୍ତରୀ ଦଳ ପକ୍ଷରୁ ଆମ୍ବୁଲାନ୍ସ ପଠାଯାଇଥିଲା । ଅରୁଣଙ୍କୁ ଆଣିବା ସମୟରେ ଅନ୍ୟ ପ୍ରବାସୀ ମାନେ ସ୍ୱାବ ପରୀକ୍ଷା ପାଇଁ ଦାବି କରିଥିଲେ । ଏହି ଖବର ପାଇ ସ୍ଥାନୀୟ ସରପଂଚ ଦେବାନନ୍ଦ ମଲ୍ଲିକ ଘଟଣା ସ୍ଥଳରେ ପହଁଚିବା ପରେ ଉତେକ୍ତ ଲୋକେ ସରପଞ୍ଚ ଦେବାନନ୍ଦ ମଲ୍ଲିକଙ୍କୁ ମଧୟ ଆକ୍ରମଣ କରିଥିଲୋ ଏଥିନେଇ କିଛି ସମୟ ସେଠାରେ ଉତେଜନା ପ୍ରକାଶ ପାଇଥିଲା । ପୁଲିସ ଅଭିଯୋଗକୁ ଭିର୍ତି କରି ଆକ୍ରମଣକାରୀ ମାନଙ୍କ ବିରୁଦ୍ଧରେ ମାମଲା ରୁଜ କରି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ଶିବ ଚରଣ ବେହେରା ସୂଚନା ଦେଇଛନ୍ତି । ତେବେ କରୋନା ମୁକାବିଲା ଆଗଧାଡିର ଯୋଦ୍ଧା ପାଲଟିଥିବା ଆମ୍ବୁଲାନ୍ସ ଚାଳକ ଓ ସରପଂଚଙ୍କୁ ଆକ୍ରମଣ ଘଟଣାକୁ ବିଭିନ୍ନ ମହଲରେ ତିବ୍ର ନିନ୍ଦା କରାଯାଇଛି ।

Comments (0)
Add Comment