ହିମନ୍ତ ବିଶ୍ୱଶର୍ମା ହେବେ ଆସାମର ନୂଆ ମୁଖ୍ୟମନ୍ତ୍ରୀ

ଗୌହାଟୀ: ବିଜେପିର ବରିଷ୍ଠ ନେତା ହିମନ୍ତ ବିଶ୍ୱଶର୍ମା ଆସାମର ଆସାମର ପରବର୍ତୀ ମୁଖ୍ୟମନ୍ତ୍ରୀ ହେବେ । ଆଜି ଗୌହାଟୀରେ ଅନୁଷ୍ଠିତ ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକରେ ଶ୍ରୀ ବିଶ୍ୱଶର୍ମା ସର୍ବ ସମ୍ମତିକ୍ରମେ ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି । ବିଦାୟୀ ମୁଖ୍ୟମନ୍ତ୍ରୀ ସଦାନନ୍ଦ ସୋନୱାଲା ତାଙ୍କ ନାମ ପ୍ରସ୍ତାବ କରିଥିଲା ବେଳେ ରାଜଶାଖା ସଭାପତି ରଞ୍ଜିତ କୁମାର ଦାସ ସମର୍ଥନ କରିଥିଲେ । ସର୍ବସମ୍ମତି କ୍ରମେ ଶ୍ରୀ ବିଶ୍ୱର ନାଁ ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିବା ନେଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଘୋଷଣା କରିଥିଲେ । ଆସନ୍ତା କାଲି ଶ୍ରୀ ବିଶ୍ୱଶର୍ମା ଆସାମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ପଦରୁ ଶ୍ରୀ ସୋନୱାଲା ଆଜି ଇସ୍ତଫା ଦେଇଛନ୍ତି ।
ପୂର୍ବ ଆସାମ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ରହିଥିବା ହିମନ୍ତ ବିଶ୍ୱଶର୍ମା ଆସାମର ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦାବିଦାର ଥିଲେ । ପାଖାପାଖି ୪୦ ବିଧାୟକତାଙ୍କ ସପକ୍ଷରେ ଅଛନ୍ତି । ସୂଚନାଯୋଗ୍ୟ, ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ତା’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନଥିଲା । ୨୦୧୬ ବିଧାନସଭା ନିର୍ବାଚନରେ ସୋନୋୱାଲଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା । ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ୧୨୬ ଆସନ ମଧ୍ୟରୁ ବିଜେପି ୬୦ଟି ଆସନରେ ବିଜୟୀ ହୋଇଛି । ତେବେ ବିଜେପିର ସହଯୋଗୀ ଦଳ ଆସାମ ଗଣ ପରିଷଦ ୯ଟି, ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲ୍ ୬ଟି ସିଟ୍ ଜିତିଛି ।

Comments (0)
Add Comment