ହୀରାକୁଦର ପ୍ରଥମ ବନ୍ୟାଜଳ ନିଷ୍କାସନ ଆଜି

ସମ୍ବଲପୁର,୨୪.୦୬ (ନି.ପ୍ର) : ଆସନ୍ତାକାଲି ହୀରାକୁଦ୍ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ । ପୂର୍ବାହ୍ନ ୧୦ଟା ପରେ ଯେ କୌଣସି ମୁହୂର୍ତରେ ଖୋଲିବ ହୀରାକୁଦ୍ ଜଳଭଣ୍ଡାରରୁ ଜଳ ଛଡାଯିବ ।
ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ପ୍ରଥମ ବନ୍ୟାଜଳ ଛାଡିବାକୁ କତୃପକ୍ଷ ନିଷ୍ପତି ଗ୍ରହଣ କରିଛନ୍ତି । ମହାନଦୀ ଅବବାହିକାରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଯିବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଉଛି । ସୂଚନା ଅନୁସାରେ ବର୍ତମାନ ହୀରାକୁଦ ଜଳଭଣ୍ଡାରରେ ୬୧୬ଫୁଟ୍ ଜଳ ଥିବାବେଳେ ୬୩୦ଫୁଟ ସର୍ବାଧିକ ଜଳଧାରଣ କ୍ଷମତା ରହିଛି ।

Comments (0)
Add Comment