ହୋଲି ଉପରେ ରାଜ୍ୟ ସରକାର ନିଷିଦ୍ଧାଦେଶ ଜାରି କରିବେକି!

ଭୁବନେଶ୍ୱର(ଅରୁଣ କୁମାର ଦାଶ): ଆଗକୁ ଦୋଳ ଓ ହୋଲି ଆସୁଛି । ଓଡ଼ିଶାରେ ଏହା ବିଭିନ୍ନ ସ୍ଥାନରେ ପାଳନ ହେବା ପ୍ରାୟତଃ ନିଶ୍ଚିତ । ବିଶେଷତଃ ଏଥିଲାଗି ଅନେକ ସ୍ଥାନରେ ମେଲଣ ବେହ ସହିତ ବହୁ ଜନ ସମାଗମ ହେବ ୨୮ ତାରିଖରେ ଦୋଲପୂର୍ଣ୍ଣମା ଅବସରରେ ଦୋଲ ଉତ୍ସବ ନେଇ ୩୦ଟି ଜିଲ୍ଳାରେ ମହାସମାରୋହରେ ମେଲଣ ପଞ୍ଜିକା ପଠନ ଏବଂ ଫଗୁଲାଗି ଓ ଦେଲ ଉତ୍ସବ କରାଯିବ । ଏଥିରେ ବ୍ୟାପକ ଜନସମାଗମ ହେବା ସ୍ୱାଭାବିକ । ଯେପରି ଭାବେ ଗତ କିଛି ଦିନ ଧରି ବିଭିନ୍ନ ରାଜ୍ୟରେ, ବିଶେଷତଃ ମହାରାଷ୍ଟ୍ର, କର୍ଣ୍ଣାଟକ, ପଞ୍ଜାବ, ତାମିଲନାଡୁ ଓ ଗୁଜୁରାଟରେ କରୋନା ପଜେଟିଭ ସଂଖ୍ୟା ବଢ଼ିବା ସହିତ ଏ ସବୁ ରାଜ୍ୟର କେତେକ ସ୍ଥାନରେ ଲକ୍ଡାଉନ୍ ଓ ରାତ୍ରୀକାଳିନ କଫୁ୍ର୍ୟ ଲାଗୁ ହୋଇଛି । ‘ବିରି ମାଡ ଦେଖି କୋଳଥ ଚେପା’ ନୀତିରେ ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଗୁଆ ତାଙ୍କ ରାଜ୍ୟରେ ହୋଲି ପାଳନ କରାଯିବ ନାହିଁ ବୋଲି ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ଗୁଜୁରାଟର ସୁରଟରେ ସର୍ବାଧିକ ଓଡିଆ ରହୁଥିଲା ବେଳେ ଏଠାରେ ମଧ୍ୟ ଲକ୍ଡାଉନ୍ ଓ ରାତ୍ରିକାଳିନ କର୍ଫୁ୍ୟ ଜାରି କରାଯାଇଛି । ତେଣୁ ୨୮ ତାରିଖ ପୂର୍ବରୁ ଏହି ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଓଡ଼ିଆ ଶ୍ରମିକ ଗଞ୍ଜାମ ଜିଲ୍ଳାକୁ ପଳାଇ ଆସିବା ଓ ଏଠାରେ ଦୋଳ ଏବଂ ହୋଲି ପାଳନ କରିବା ସମ୍ଭାବନା ସର୍ବାଧିକ । ପ୍ରଥମେ ମଧ୍ୟ ଏଠାରୁ ଅଧିକ ପ୍ରବାସୀ ଶ୍ରମିକ ଗଞ୍ଜାମ ଫେରିବା ସହିତ ଏହି ଜିଲ୍ଲାରେ କରୋନା ମହାମାରୀ ସଂକ୍ରମଣ ତିବ୍ର ହୋଇଥିଲା । ଏବେ ଏହାର ପୂନରାବୃତି ହେବା ଅସମ୍ଭବ ନୁହେଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କରୋନା ପାଇଁ ସମସ୍ତେ ସତର୍କ ରହିବା ଓ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତ୍ୱ ରକ୍ଷାକରିବା ଲାଗି ୪୮ ଘଂଟା ପୂର୍ବରୁ ଆହ୍ୱାନ ଦେଇଛନ୍ତି । କିନ୍ତୁ ଦୋଳ ଓ ହୋଲିକୁ ନେଇ ସରକାରୀ ସ୍ତରରେ, ବିଶେଷତଃ ରାଜ୍ୟ ସ୍ଥାସ୍ୱ୍ୟମନ୍ତ୍ରଣାଳୟ ଓ ଗୃହବିଭାଗ ଗୁରୁତ୍ୱ ଆରୋପ କରିବା ଉଚିତ । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳ, ଦଳୀୟ ସଦସ୍ୟ ଏବଂ ବିରୋଧି ଦଳ ସମେତ ରାଜ୍ୟର ବରିÂ ସରକାରି ଅଧିକାରି ମାନଙ୍କ ସହିତ ଏ ସମ୍ପର୍କରେ ଏବେ ଠାରୁ ଆଲୋଚନା କରିବା ଆବଶ୍ୟକ । ଏପରିକି ଦରକାର ପଡୁଥିଲେ, ହୋଲି ପାଳନ ଉପରେ ରାଜ୍ୟ ସରକାର ତୁରନ୍ତ କଟକକଣା ଜାରି କରିବା ଜରୁରି ବୋଲି ମନେ ହୁଏ ।

Comments (0)
Add Comment