ୟୁଏଇରୁ ଫେରୁଛନ୍ତି ୧୮୯ ଓଡ଼ିଆ

ଭୁବନେଶ୍ୱର- କରୋନା ମହାମରୀ କାରଣରୁ ୟୁନାଇଟେଡ୍ ଆରବ ଏମିରେଟ୍ସର ବିଭିନ୍ନ ସ୍ଥାନରେ ଫସି ରହିଥିବା ୧୮୯ ଓଡିଆ । ବୁଧବାର ସ୍ୱଦେଶ ଫେରୁଛନ୍ତି । ୟୁଏଇରେ ରହୁଥିବା କିଛି ଓଡ଼ିଆଙ୍କ ଦ୍ୱାରା ଗଠିତ ‘ଓଡିଶା ସୋସାଇଟି ଅଫ୍ ୟୁଏଇ’ ର ପ୍ରୟାସ ଏବଂ ଓଡ଼ିଶା ସରକାର, ଭାରତ ସରକାଙ୍କ ବେସାମରିକ ଉଡାଣ ନିଦେ୍ର୍ଧଶାଳୟ ଏବଂ ଦୁବାଇରେ ଅବସ୍ଥାପିତ ଭାରତ ଦୂତାବାସର ଅନୁମତି ରେ ଏହା ସମ୍ଭବ ହୋଇଥିବା ସୂଚନା ମିଳିଛି ।ତେବେ ବୁଧବାର ରାତି ୮.୪୫ରେ ଏହି ବିମାନ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବ । ଏଥିପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଥିବା ସୂଚନା ମିଳିଛି । ତେବେ ଏହି ଅଭିଯାନକୁ ସଫଳ କରିବା ପାଇଁ ‘ଓଡ଼ିଆ ସୋସାଇଟି ଅଫ୍ ୟୁଏଇ’ କ୍ଷରୁ ଡକ୍ଟର ଚନ୍ଦ୍ର ଶେଖର ଖୁଂଟିଆଙ୍କ କହିବା ଅନୁସାରେ , ଫ୍ଲାଇ ଦୁବାଇ ବିମାନ ୧୮୯ ଜଣ ଯାତ୍ରୀଙ୍କ ସହ ଦୁବାଇ ସମୟ ୩.୧୫ରେ ଉଡାଣ ଆରମ୍ଭ କରିବ । ଏହା ଭାରତୀୟ ସମୟ ୮.୪୫ରେ ଭୁବନେଶ୍ୱରରେ ଅବତରଣ କରିବ । ଏହା ପରେ ୟୁଏଇ ରେସିଡେଂଟ ଓଡ଼ିଆ ଏନ୍ଆରଆଇ ଙ୍କୁ ନେଇ ୯.୩୦ରେ ଭୁବନେଶ୍ୱରରୁ ଉଡ଼ାଣ ଆରମ୍ଭ କାରିବେ । ତେବେ ଚଳିତ ଥା ନୂଆ ଏକ ବ୍ୟବସ୍ଥା କରାଯାଇଛି । ଏଥିରେ ୟୁଏଇ ଭିସା ଥାଇ ମଧ୍ୟ କୋଭିଡ-୧୯ କାରଣରୁ କର୍ମକ୍ଷେତ୍ରକୁ ଯାଇନପାରି ଓଡ଼ିଶାରେ ଫଶି ରହିଥିବା ଓଡ଼ିଆ ଭକ୍ତ ବିମାନରେ ୟୁଏଇ ଫେରିପାରିବେ । ଏସବୁ ଜଗନ୍ନାଥଙ୍କ ଦୟାରୁ ସମ୍ଭବର ହୋଇପାରିଛି ବୋଲି କହିଛନ୍ତି ଡକ୍ଟର ଖୁଂଟିଆ ।

Comments (0)
Add Comment