ୟୁଏଇରେ ସେପ୍ଟେମ୍ବର ୧୯ରୁ ଆଇପିଏଲ୍

ନୂଆଦିଲ୍ଲୀ: ଆସନ୍ତା ସେପ୍େଟମ୍ବର ମାସ ୧୯ ତାରିଖରୁ ୟୁଏଇରେ ଆଇପିଏଲ ସିଜିନ-୧୪ର ଅବଶିଷ୍ଟ ମ୍ୟାଚ୍ ଗୁଡିକ ଖେଳାଯିବ ବୋଲି ଆଜି ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ସେହିପରି ଅକ୍ଟୋବର ୧୫ ତାରିଖରେ ଖେଳାଯିବ ଆଇପିଏଲର ଚଳିତ ସିଜିନର ଫାଇନାଲ୍ ମ୍ୟାଚ୍ । କରୋନା ପାଇଁ ଆଇପିଏଲ ୨୦୨୧କୁ ଅଧାରୁ ସ୍ଥଗିତ କରିବାକୁ ପଡିଥିଲା । ବିଭିନ୍ନ ଟିମର ଖେଳାଳି ଓ କୋଚ୍ କରୋନାରେ ସଂକ୍ରମିତ ହେବା କାରଣରୁ ଏହାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା । ତେବେ ୟୁଏଇରେ ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ଖେଳାଯିବା ସହ ସେପ୍େଟମ୍ବର ୧୯ରେ ଏହା ଆରମ୍ଭ ହେବ ବୋଲି ଜଣାପଡିଛି । ଏନେଇ ବିସିସିଆଇ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା । ବିସିସିଆଇର ଏସଜିଏମ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିଲା । ତେବେ ଚଳିତ ସିଜିନରେ ମୋଟ୍ ୫୮ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଆଇପିଏଲର ୧୪ତମ ସଂସ୍କରଣର ମୋଟ୍ ୩୧ଟି ମ୍ୟାଚ୍ ବାକି ରହିଛି । ଯେଉଁଥିରେ ୧୨ ଅଙ୍କ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ସେହିପରି ଦ୍ୱିତୀୟରେ ଚେନ୍ନାଇ ସୁପରକିଙ୍ଗସ, ତୃତୀୟରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର, ଚତୁର୍ଥରେ ମୁମ୍ବାଇ ଇଣ୍ଡିଆନ୍ସ, ପଞ୍ଚମରେ ରାଜସ୍ଥାନ ରୟାଲ୍ସ, ଷଷ୍ଠ ସ୍ଥାନରେ ପଞ୍ଜାବ କିଙ୍ଗସ, ସପ୍ତମରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଶେଷରେ ରହିଛି ସନ ରାଇଜର୍ସ ହାଇଦ୍ରାବାଦ ।

Comments (0)
Add Comment