ନୂଆଦିଲ୍ଲୀ: ୟୁଏଇରେ ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆଜି ବିସିସିିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଅନୁଷ୍ଠିତ ବିସିସିଆଇର ଏସ୍ଜିଏମ୍ ବୈଠକରେ ଏନେଇ ନିଷ୍ପତି ନିଆଯାଇଛି । ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ୟୁଏଓରେ ଆଇପିଏଲ୍ ହୋଇପାରେ । ତେବେ କୌଣସି ନିର୍ଦ୍ଧିଷ୍ଟ ତାରିଖ ଏଯାଏଁ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇନଥିବା ବେଳେ ଆଇପିଏଲର ବଳକା ୩୧ଟି ମ୍ୟାଚ୍ ୟୁଏଇରେ ହେବ ବୋଲି ସ୍ପଷ୍ଟ ହୋଇଛି । ସୂଚନା ଯୋଗ୍ୟ ଯେ, ବହୁ ଆଇପିଏଲ୍ କ୍ରିକେଟର ଏବଂ ରେଫରି କରୋନାରେ ଆକ୍ରାନ୍ତ ହେବା ପରେ ମ୍ୟାଚ୍କୁ ସ୍ଥଗିତ ରଖାଯାଇଛି ।