ୟୁଜିସି ନେଇ ଅଦାଲତକୁ ଯିବ ଛାତ୍ର କଂଗ୍ରେସ

ଭୁବନେଶ୍ୱର: କରୋନା ମହାମାରୀ ଯେତେବେଳେ ଆତଙ୍କ ସୃଷ୍ଟି କରିଛି, ସାଧାରଣ ଜନତା ବଂଚିବା ପାଇଁ ରାହା ଖୋଜୁଛନ୍ତି, ସେତେବେଳେ ବି.ପି.ୟୁ.ଟି କର୍ତୃପକ୍ଷ ଶେଷବର୍ଷ ପରୀକ୍ଷା କରିବା ଘୋଷଣା କରିଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଛାତ୍ର କଂଗ୍ରେସର ଏ ସଂକ୍ରାନ୍ତରେ ୟୁଜିସି ଏବଂ ଏମ୍ଏଚ୍ଆରଡି ଯେଉଁ ନିଷ୍ପତି ଗ୍ରହଣ କରିଛନ୍ତି ତାହା ଛାତ୍ରମାନଙ୍କୁ ମରଣ ମୁହଁକୁ ଠେଲିଦେବା ପାଇଁ ଉଦିଷ୍ଟ । ବି.ପି.ୟୁ.ଟି ର ସମସ୍ତ ଛାତ୍ରଛ୍ରାତୀ ଏହାର ପ୍ରତିବାଦ କରୁଛନ୍ତି । ଛାତ୍ରଛାତ୍ରୀଙ୍କର ଜୀବନ ଠାରୁ ପରୀକ୍ଷା ବଡ଼ ନୁହେଁ । ସରକାର ଛାତ୍ରଛାତ୍ରୀମାନଙ୍କ ଜୀବନ ସହ ଖେଳ ଖେଳୁଛନ୍ତି । ଏହାକୁ ଛାତ୍ର କଂଗ୍ରେସ ବରଦାସ୍ତ କରିବିନି ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଆଜି ଏକ ସମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ଯୋଜନା କଲେ ସେଥିରେ ଛାତ୍ରଛ୍ରାତୀମାନଙ୍କର ସ୍ୱାର୍ଥକୁ ଅଣଦେଖା କରାଯାଇଛି ।

Comments (0)
Add Comment