ଭୁବନେଶ୍ୱର: ସୀମାନ୍ତ ସଲଗ୍ନ ଜିଲ୍ଲା ଗୁଡିକରେ ଦିନକୁ ଦିନ ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ୧୦ଟି ସୀମାନ୍ତ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ୫ ତାରିଖରୁ ୧୦ଟି ଜିଲ୍ଲା ତଥା ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ରାତ୍ରିକାଳିନ କର୍ଫ୍ୟୁ ଲାଗୁ ହେବ । ଏହି ସମସ୍ତ ଜିଲ୍ଲା ଗୁଡିକରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ରାତ୍ରି କାଳିନ କର୍ଫ୍ୟୁ ବଳବତର ରହିବ । ଅନ୍ୟାଦେଶ ଯାଏଁ ଏହା ଲାଗୁ ହେବ ।
ରାତ୍ରିକାଳିନକର୍ଫ୍ୟୁ ବେଳେ ସମସ୍ତ ଦୋକାନ, ବ୍ୟବସାୟିକ ପ୍ରତିÂାନ ଓ ଅଫିସ୍ ବନ୍ଦ ରହିବ । ସେହିପରି ଜରୁରୀ ସେବାଗୁଡିକ ବ୍ୟତୀତ ଅନ୍ୟ ସବୁ ଯାତାୟତ ବି ବନ୍ଦ ରହିବ ।
ପୂର୍ବଭଳି ନାଇଟ୍ କର୍ଫ୍ୟୁରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି । ସେହିପରି ଜରୁରୀକାଳୀନ ସେବାରେ ନିୟୋଜିତ ଥିବା କର୍ମଚାରୀମାନଙ୍କୁ ମଧ୍ୟ କଟକଣାରୁ ମୁକ୍ତ ରଖାଯାଇଛି । ନାଇଟ୍ କର୍ଫ୍ୟୁ ବେଳେ ସବୁ ଶିଳ୍ପ କାରଖାନା ଖୋଲା ରହିବ । ପେଟ୍ରୋଲ୍ ପମ୍ପ ଓ ସିଏନ୍ଜି ଷ୍ଟେସନ ଖୋଲା ରହିବ । ହୋମ୍ ଡେଲିଭରିକୁ ଅନୁମତ୍ି ଦିଆଯାଇଛି । ଗଣମାଧ୍ୟମକୁ ମଧ୍ୟ ରାତ୍ରିକାଳିନ କର୍ଫ୍ୟୁ ମୁକ୍ତ ରଖାଯାଇଛି । ସେହିପରି ମେଡିକାଲ୍ ଓ ଅନ୍ୟ ଜରୁରୀ କାମରେ ଯିବାକୁ ଅନୁମତି ଦିଆଯିବ ବୋଲି ଏସ୍ଆର୍ସିଙ୍କ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଛତ୍ିଶଗଡ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଝାରଖଣ୍ଡ, ସୀମାନ୍ତ ସଲଗ୍ନ ରାଜ୍ୟର ୧୦ଟି ଜିଲ୍ଲାରେ କରୋନା ଭୂତାଣୁ ସଂକ୍ରମଣ ଏବେ ଅଣାୟତ ହୋଇପଡିଛି । ନିକଟରେ କଳାହାଣ୍ଡି, ନୂଆପଡା, ସୁନ୍ଦରଗଡ ଜିଲ୍ଲାର ପରିସ୍ଥିତି ଅସମ୍ଭାଳ ହୋଇପଡିଛି । ତେବେ କରୋନାକୁ ନିୟନ୍ତ୍ରଣ କରିବାପାଇଁ ରାଜ୍ୟ ସରକାର ପ୍ରଥମ ପଦକ୍ଷେପ ସ୍ୱରୂପ ଆସନ୍ତା ୫ ତାରିଖରୁ ରାତ୍ରିକାଳିନ କର୍ଫ୍ୟୁ କଟକଣା ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି । କରୋନାର ଦ୍ୱିତୀୟ ଲହର ଆରମ୍ଭ ହେବା ପରେ ରାଜ୍ୟର ଏହା ହେଉଛି ପ୍ରଥମ ରାତ୍ରିକାଳିନ କର୍ଫ୍ୟୁ କଟକଣା ।ରାତିରେ କୌଣସି ସଂସ୍କୃତିକ କାର୍ଯ୍ୟକ୍ରମ, ସମାବେଶ ଆଦି ମଧ୍ୟ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି ।