୧୧ଟି ଜିଲ୍ଲାରେ ଟିକାକରଣ ସମ୍ପୁର୍ଣ୍ଣ ବନ୍ଦ

ଭୁବନେଶ୍ୱର: ଟିକା ଅଭାବରୁ ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ । ଆଜି ୫ଶହ ସେଂଟରରେ ଟିକାକରଣ ଚାଲିଛି । ଟିକା ଅଭାବରୁ ୧୧ଟି ଜିଲ୍ଲାରେ ଟିକାକରଣ ସମ୍ପୁର୍ଣ୍ଣ ବନ୍ଦ ରହିଛି । ଯାଜପୁର, ଭଦ୍ରକ, ପୁରୀ, ନୟାଗଡ, ସୋନପୁର, ଗଜପତି, ବୌଦ୍ଧ, ଝାରସୁଗୁଡା, ସମ୍ବଲପୁର, ଢେଙ୍କାନାଳ, କୋରାପୁଟ ଭଳି ଜିଲ୍ଲାରେ ଟିକାକରଣ ହୋଇପାରୁନାହିଁ । କମ ଟିକା ଆସୁଥିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି । ଟିକା ଦେବା ପାଇଁ କାଲି ପୁଣି ଚିଠି ଲେଖାଯାଇଛି । ବର୍ତମାନ ରାଜ୍ୟରେ ୬୧ ହଜାର କୋଭାକ୍ସିନ୍ ଓ ୩ଲକ୍ଷରୁ ଅଧିକ କୋଭିସିଲ୍ଡ ଅଛି । ଆଜି ୨ଲକ୍ଷ କୋଭିସିଲ୍ଡ ଟିକା ଆସିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିଦେ୍ର୍ଧଶକ । ସେପଟେ, ରାଜ୍ୟରେ ଚିନ୍ତା ବଢାଉଛି କରୋନା । ଦିନକୁ ଦିନ ବଢିବାର ଲାଗିଛି ସଂକ୍ରମଣଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ରାଜ୍ୟରୁ ୧୭ଶହ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧ହଜାର ୩୫ଜଣ ସଂକ୍ରମିତ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୭୪୯ ରହିଛି । ଦୈନିକ ସଂକ୍ରମଣରେ ସୁନ୍ଦରଗଡରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ନୂଆପଡାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆପଡାରୁ ୩୦୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ ୨୪୧ ଜଣ ସଂକ୍ରମିତ ହୋଇଛନ୍ତି ।

Comments (0)
Add Comment