୧୯ ଜିଲାରୁ ୭୩ ନୂଆ ସଂକ୍ରମିିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୩ ନୂଆ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୧୭୪ରେ ପହଞ୍ଚିଛି।

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମଳିଥିବା ସୂଚନା ମୁତାବକ, ୧୯ଟି ଜିଲାରୁ ମୋଟ୍‍ ୭୩ ଜଣ ସଂକ୍ରମିିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୪ ଜଣ ବିଭିନ୍ନ କ୍ୱାରେଣ୍ଟାଇନ୍‍ ସେଣ୍ଟରରୁ ହୋଇଥିବାବେଳେ ୨୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୭୬୦ ସକ୍ରିୟ ମାମଲା ଥିବାବେଳେ ୩,୩୩,୪୫୧ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

Comments (0)
Add Comment