ନୂଆଦିଲ୍ଲୀ: ଦେଶରେ ଯେତେବେଳେ କୋଭିଡ୍ ଟିକାର ଘୋର ଅଭାବ ସେତେବେଳେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ‘ଟିକା ମହୋତ୍ସବ’ ପାଳନ କରିବାକୁ ପରାମର୍ଶ ଦେଲେ । ହେଲେ ୪ଦିନ ଧରି ଦେଶର ବିଭିନ୍ନ ରାଜ୍ୟରେ ଟିକା ମହୋତ୍ସବ’ ପାଳନ କରିବା ପରେ ଏବେ ସବୁ ରାଜ୍ୟକୁ ଘାରିଛି ନିଅଂଟିଆ ଟିକାର ସମସ୍ୟା । ଏହି କ୍ରମରେ ଆମ ରାଜ୍ୟରେ ଆଜି ୮ଟି ଜିଲ୍ଲାରେ ଟିକାରଣ ବନ୍ଦ ହୋଇଚି । ଏନେଇ ରାଜ୍ୟ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକଙ୍କ ସୂଚନା ମୁତାବକ ଶନିବାର ଓ ରବିବାର ଦିନ କେବଳ ୪୨୭ଟି କେନ୍ଦ୍ରରେ ଟିକାକରଣ କରାଯାଇଉଛି । ଅନ୍ୟପଟେ ରାଜ୍ୟରେ ଏବେ ୧ ହଜାର କେନ୍ଦ୍ରରେ ଟିକାକରଣ ବନ୍ଦ ରହିଛି । ଏହାରି ମଧ୍ୟରେ ପୁରା ୮ଟି ଜିଲ୍ଲାରେ ସମ୍ପୂର୍ଣ୍ଣ ଭାବେ ଟିକାକରଣ ବନ୍ଦ ରହିଛି । ପରବର୍ତି ଖବରରୁ ପ୍ରକାଶ, ଭୁବନେଶ୍ୱର ବିମାନ ବନ୍ଦରରେ ଆଜି ୨ଲକ୍ଷ କୋଭିସିଲ୍ଡ ଟିକା ଆସି ପହଞ୍ଚିଛି । ରାଜ୍ୟରେ ଏବେ ୩.୧ ଲକ୍ଷ କୋଭିସିଲ୍ଡ ଟିକା ମହଜୁତ ରହିଛି । ଆଜି ଟିକା ଆସିବା ପରେ ଆସନ୍ତା କାଲି ଠାରୁ ଟିକାକରଣ ସ୍ୱାଭାବିକ ହେବା ସୂନିଶ୍ଚିତ ବୋଲି ସୂଚନା ମିଳିଛି । ଅନ୍ୟପଟେ ଆଜି ଆସିଥିବା ଟିକା ଓ ମହଜୁଦ ଥିବା ଟିକା ମିଶି ଦୁଇରୁ ତିନି ଦିନ ଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ । କହିରଖୁ କି ଦେଶରେ ଟିକାର ଅଭାବ ନାହିଁ ବୋଲି ଶନିବାର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଗଣମାଧ୍ୟମକୁ ସୂଚନା ଦେଇ କହିଥିବା ବେଳେ ଆଜି ରାଜ୍ୟ ପରିବାର କଲ୍ୟାଣ ବିଭାଗର ଏଭଳି ସୂଚନା ସାଧାରଣ ଲୋକଙ୍କୁ ଦ୍ୱନ୍ଦରେ ପକାଇଛି ।