୨୦୨୨ ଅଗଷ୍ଟ ସୁଦ୍ଧା ନୂଆ ରୂପ ନେବ ବରମୁଣ୍ଡା ବସ ଟର୍ମିନାଲ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ଉନ୍ନତିକରଣ କାମ ଦେଖିବା ସହ ଏହାର ତଦାରଖ ଓ ସମୀକ୍ଷା କରଛନ୍ତି । ୧୧ ଏକର ଜମିରେ ଏହି ବିଶ୍ୱସ୍ତରୀୟ ବସ୍ ଟର୍ମିନାଲ ନିର୍ମାଣ ହେବ । ଏଥିପାଇଁ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୨୨ ଅଗଷ୍ଟ ସୁଦ୍ଧା ବରମୁଣ୍ଡା ବସ୍ ଟର୍ମିନାଲ ନୂଆ ରୂପ ପାଇବ । ବସ୍ ଟର୍ମିନାଲରେ ଅଣ୍ଡର ଗ୍ରାଉଣ୍ଡ ପାର୍କିଂ ପାଇଁ ମଧ୍ୟ ବ୍ୟବସ୍ଥା ମଧ୍ୟ ରହିବ ।ଭବିଷ୍ୟତରେ ସମ୍ପ୍ରସାରଣ ପାଇଁ ସାଢେ଼ ୪ଏକର ଜମି ରହିବ ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା , ୫-ଟି ସଚିବ ଭି.କେ ପାଣ୍ଡିଆନ, ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରମୁଖ ବରମୁଣ୍ଡା ବସ୍ ଷ୍ଟାଣ୍ଡ ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଅବଗତ କରାଇଥିଲେ ।

Comments (0)
Add Comment