ନୂଆଦିଲ୍ଲୀ : ଗତ କିଛି ଦିନ ହେଲା ଭାରତରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ସେପ୍ଟେମ୍ବର ମାସରେ ଦୈନିକ ସଂକ୍ରମଣ ସଂଖ୍ୟା ହାରାହାରି ୯୦ ହଜାର ଉପରେ ରହୁଥିବା ବେଳେ ଏବେ ତାହା ନିୟମିତ ଭାବେ ହ୍ରାସ ପାଇବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ୬୩,୫୦୯ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୭୨ ଲକ୍ଷ ୩୯ ହଜାର ୩୯୦ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଆଉ ୭୩୦ ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି। ନୂଆଦିଲ୍ଲୀ : ଗତ କିଛି ଦିନ ହେଲା ଭାରତରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ସେପ୍ଟେମ୍ବର ମାସରେ ଦୈନିକ ସଂକ୍ରମଣ ସଂଖ୍ୟା ହାରାହାରି ୯୦ ହଜାର ଉପରେ ରହୁଥିବା ବେଳେ ଏବେ ତାହା ନିୟମିତ ଭାବେ ହ୍ରାସ ପାଇବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ୬୩,୫୦୯ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୭୨ ଲକ୍ଷ ୩୯ ହଜାର ୩୯୦ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଆଉ ୭୩୦ ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି।