ଭୁବନେଶ୍ୱର- ରାଜ୍ୟରେ କରୋନା ନେଲା ଆଉ ୯ ଜଣଙ୍କ ମୁଣ୍ଡ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ କଟକରୁ ୩, ସୁନ୍ଦରଗଡ ୨, ରାୟଗଡା, ମାଲକାନାଗିରି, ଗଞ୍ଜାମ ଓ ବଲାଙ୍ଗିରରୁ ଜଣେ ଲେଖାଏଁ । ପୂର୍ବରୁ ସେମାନେ ବିଭିନ୍ନ ରୋଗରେ ଆକାନ୍ତ ଥିବା ବେଳେ କରୋନାରେ ତାଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୯୯ରେ ପଂହଚିଛି ।