ଭୁବନେଶ୍ୱର: ଜୁଲାଇ ୨୯ ତାରିଖରେ ପ୍ରକାଶ ପାଇବାକୁ ଯାଉଛି ମାଟ୍ରିକ ରେଜଲ୍ଟ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । କରୋନା ମହାମାରୀ ସଂକ୍ରମଣ ହେତୁ ଏଥର ପରୀକ୍ଷା ଫଳ ବାହାରିବାରେ ବିଳମ୍ବ ହୋଇଛି । ଚଳିତ ବର୍ଷ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ୨, ୮୮୮ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ୬୦ଟି ମୂଲ୍ୟାୟାନ କେନ୍ଦ୍ର ହୋଇଥିଲା । ମୂଲ୍ୟାୟନ ପ୍ରକ୍ରିୟାରେ ୧୫ ହଜାରରୁ ଅଧିକ ଶିକ୍ଷକ ସାମିଲ୍ ହୋଇଥିଲେ ।