୨ ବର୍ଷରେ ୧୭୪୪ କୋଟି ଜିଏସ୍ଟି ଠକେଇ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଏକାଧିକ ଜାଲି ସଂସ୍ଥା ଖୋଲି କାଗଜପତ୍ରରେ ବେପାର ଦେଖାଇ କୋଟିକୋଟି ଠଙ୍କା ଜିଏସ୍ଟି ବାବଦକୁ ଠକିନେବା ଅଭିଯୋଗ ବଢ଼ିବାରେ ଲାଗିଛି । ବର୍ଷ ବର୍ଷ ଧରି ଏଭଳି ଠକ ବେପାରୀମାନେ ସରକାରଙ୍କୁ ଚୁନ ଲଗାଇ ଚାଲିଛନ୍ତି । ୨୦୧୮ ମସିହାରୁ ଆଜି ପର୍ଯ୍ୟନ୍ତ ୧୭୪୪ କୋଟି ୧୮ ଲକ୍ଷ ଟଙ୍କାର ଠକେଇ ଧରା ପଡ଼ିଥିବା ବେଳେ ୧୧ ଜଣଙ୍କୁ ଗିରଫ କରାଯାଇଛି । ଗତବର୍ଷ ଏହି ଠକେଇ ଉପରେ କାର୍ଯ୍ୟାନୁଷ୍ଠାନ ଆଖିଦୃଶିଆ ହୋଇଛି । ୨୦୨୦ ମାର୍ଚ୍ଚରୁ ନଭେମ୍ବର ପର୍ଯ୍ୟନ୍ତ ୧୯୮ କୋଟି ଟଙ୍କାର ଜିଏସ୍ଟି ଠକେଇ ଧରାପଡ଼ିଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟପଟେ ଜିଏସ୍ଟିରେ ଥିବା କେତେକ ଲାଞ୍ଚୁଆ ଅଧିକାରୀଙ୍କ ମିଳିତ ଭାବରେ ଏଭଳି ଠକେଇ ଚାଲିଥିବା ଅଭିଯୋଗ ହୋଇଛି । ଗତ ମାସରେ ଭୁବନେଶ୍ୱରର ଏକ ହୋଟେଲ ପରିସରରେ ଜିଏସ୍ଟି ଓ ସେଣ୍ଟ୍ରାଲ ଏrାଇଜ୍ର ୩ ଜଣ ଅଧିକାରୀ ଓ ଏକ ଘରୋଇ ହସ୍ପିଟାଲର ଜଣେ ଆକାଉଣ୍ଟାଣ୍ଟ ଧରାପଡ଼ିଥିଲେ । କୋଟିକୋଟି ଟଙ୍କାର ଜିଏସ୍ଟି ଫାଙ୍କି ଅଧିକାରୀଙ୍କୁ ସମ୍ପୃକ୍ତ କଲେଜ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦେଉଥିଲା । ଜିଏସ୍ଟି ଫାଙ୍କିବା ପାଇଁ ବିଭିନ୍ନ ସଂସ୍ଥାକୁ ଅଧିକାରୀମାନେ ଲାଞ୍ଚ ନେଇ ସହଯୋଗ କରୁଥିବା ଏହି ଘଟଣା ପ୍ରମାଣିତ କରିଥିଲା । ଠିକ୍ ଅନୁରୂପ ଭାବରେ ଖୋର୍ଦ୍ଧା ସାରୁଅ ସ୍ଥିତ ନ୍ୟୁ ଲକ୍ଷ୍ମୀ ଆଣ୍ଡ ପାୱାର ପ୍ରାଇଭେଟ୍ ଲିମିଟେଡ୍ (କାମଧେନୁ ଲୁହା ଛଡ଼ ପ୍ରସ୍ତୁତକାରୀ ସଂସ୍ଥା) ବିରୋଧରେ ଜିଏସ୍ଟି ପାଙ୍କିବା ଅଭିଯୋଗ ରହିଥିଲା । ଏଣୁ ଗତ ବର୍ଷ ଫେବ୍ରୁଆରି ୨୦ ତାରିଖ ଦିନ ସଂସ୍ଥାର ମଞ୍ଚେଶ୍ୱର, କଳକଳା ବୁଢ଼ାକେନ୍ଦୁଆ ଓ ବାଲେଶ୍ୱରରେ ଚଢ଼ଉ ହୋଇଥିଲା । ଚଢ଼ଉ ବେଳେ ଅନେକ ଅନିୟମିତତା ଧରା ପଡ଼ିଥିଲା । ଚଢ଼ଉ ସମୟରେ ମାଲ୍ ଓ କଞ୍ଚାମାଲ୍ ପାଖାପାଖି ୩୦୦୦ ଟନ୍ଥିଲା । ଯାହାର ମୂଲ୍ୟ ୩୦ କୋଟି ଆକଳନ କରାଯାଇଥିଲା । ଖୋର୍ଦ୍ଧାରେ ଥିବା କାରଖାନାରୁ ପ୍ରସ୍ତୁତ ମାଲ୍ ବିକ୍ରି ପରିମାଣ ୨୦୧୮-୧୯ ଆର୍ଥôକ ବର୍ଷରେ ଅର୍ଥାତ୍୧୨ ମାସରେ ୧୪୫ କୋଟି ଟଙ୍କା ଥିବା ବେଳେ ୨୦୧୯ ଜାନୁଆରିରୁ ଅକ୍ଟୋବର ପର୍ଯ୍ୟନ୍ତ ୧୦ ମାସରେ ମାତ୍ର ୬୪ କୋଟି ବୋଲି କାଗଜପତ୍ରରେ ଟଙ୍କା ଦର୍ଶାଯାଇଛି । ଏହି ଆକାଶ ପାତାଳ ତାରତମ୍ୟ ଅନିୟମିତତାକୁ ପ୍ରମାଣିତ କରୁଛି । ଅନ୍ୟପଟେ ଉତ୍ପାଦିତ ଦ୍ରବ୍ୟର ୪୦ ଭାଗ ନିଜ ମାଲିକାନାରେ ଥିବା ବାଲେଶ୍ୱର ସ୍ଥିତ ନ୍ୟୁ ଲକ୍ଷ୍ମୀ ଇଣ୍ଡଷ୍ଟ୍ରିକୁ ବିକ୍ରି କରୁଥିବା ଦର୍ଶାଇଛନ୍ତି । ଏଣୁ ଟିକସ ଫାଙ୍କିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରୁଛି । ସେହିଭଳି କଳକଳା ବୁଢ଼ାକେନ୍ଦୁଆ ସ୍ଥିତ ସୂର୍ଯ୍ୟ ସ୍ପଞ୍ଜ ଆଇରନ୍ ପ୍ରାଇଭେଟ୍ ଲିମିଟେଡ୍ ଟର୍ଣ୍ଣ ଓଭର ବାର୍ଷିକ ୧୦୦ କୋଟି ଟଙ୍କା ଆକଳନ କରାଯାଉଥିଲେ ମଧ୍ୟ ଆହ୍ଲାବାଦ୍ ବ୍ୟାଙ୍କ୍ କୋରକ ଅଧିକାରୀ ଏହାକୁ ମାତ୍ର ୮.୫ କୋଟି ଦର୍ଶାଇଛନ୍ତି । ୨୦ ତାରିଖରେ ଚଢ଼ଉ ବେଳେ ଏଭଳି ତଥ୍ୟ ପଦାକୁ ଆସିବା ପରେ ଗିରଫ ଭୟରେ ସମ୍ପୃକ୍ତ ସଂସ୍ଥାର ମାଲିକ ପୱନ ଗୁପ୍ତା ୫ ଦିନ ପରେ ଅର୍ଥାତ୍ ୨୫ ତାରିଖରେ ଆଗୁଆ ଜାମିନ୍ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ତେବେ ସମ୍ପତି ଓ ଠକେଇର ଆକଳନ ଚାଲିଛି, ଖୁବ୍ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଏସ୍ଟି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ତେବେ କାର୍ଯ୍ୟାନୁଷ୍ଠାନ ନୁହେଁ, ବରଂ ଅଧିକାରୀମାନେ ଅଭିଯୁକ୍ତ ବ୍ୟବସାୟୀଙ୍କୁ ଆଗୁଆ ଜାମିନ୍ ପାଇଁ ସମୟ ଦେଇଥିବା ଅଭିଯୋଗ ହୋଇଛି । ଏହା କେବଳ ଗୋଟିଏ ଉଦାହରଣ । ସରକାରୀ ଅଧିକାରୀମାନେ କେତେକ ଲୋକ ଦେଖାଣିଆ ଚଢ଼ଉ କରି ଅଭିଯୁକ୍ତଙ୍କୁ ଏଭଳି ଘଣ୍ଟ ଘୋଡ଼ାଇବା ଶହଶହ ଉଦାହରଣ ରହିଛି ।

Comments (0)
Add Comment