ଜନସଂଖ୍ୟା ବୃଦ୍ଧି ସହିତ ସହରାଚଂଳ ସଂଖ୍ୟା ଓ ଯାନବାହନ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ସହରାଚଂଳ ପାଇଁ ସ୍ଥାନୀୟ ସ୍ୱାୟତ ଶାସନ ବ୍ୟବସ୍ଥା ଆମ ଦେଶରେ ୧୯୯୨ ମସିହାରେ ଆରମ୍ଭ ହୋଇଥିଲା । ସେହି ଦିନ ଠାରୁ ପ୍ରତିବର୍ଷ ଅଗଷ୍ଟ ୩୧ ତାରିଖକୁ ସ୍ୱାୟତ ଶାସନ ଦିବସ ଭାବେ ପାଳନ କରାଯାଏ । ବର୍ତମାନ ଜନସଂଖ୍ୟା ବୃଦ୍ଧି ସହ ସହରାଚଂଳ ସଂଖ୍ୟା ବୃଦ୍ଧି ଘଟିଥିବାରୁ ସ୍ୱାୟତ ଶାସନ ଅଧିନରେ ଥିବା ଅଂଚଳ ଏବଂ ପରିସର ବୃଦ୍ଧି ଘଟୁଛି । ଦିନକୁ ଦିନ ଏହି ପରିସୀମା ବୃଦ୍ଧି ସହିତ ସହରାଚଂଳର ବିଭନ୍ନ ପ୍ରକାର ସୁବିଧା ପାଇଁ ଲୋକମାନେ ଦାବି କରୁଛନ୍ତି । କେତେକ ସ୍ଥାନରେ ସ୍ୱାୟତ ଶାସନ ବ୍ୟବସ୍ଥା ରହିଥିଲେ ମଧ୍ୟ ଲୋକମାନଙ୍କୁ ପର୍ଯ୍ୟାପ୍ତ ସୁବିଧା ମିଳୁନାହିଁ । ଏଦିଗରେ ଜନସାଧାରଣଙ୍କୁ ସଚେତନ କରାଇବା, ସହାରଚଂଳର ଲୋକଙ୍କୁ ସ୍ୱାୟତ ଶାସନର ସୁଫଳ ବିଷୟରେ ସୂଚନା ଦେବା ଏବଂ ସ୍ୱାୟତ ଶାସନ କର୍ମକତାଙ୍କ ପାଇଁ ଆସଥିବା ନୂଆନୂଆ ଆହ୍ୱାନ ସଂପର୍କରେ ଅବଗତ କରାଇବା ନିମନ୍ତେ ଏହି ଦିବସ ପାଳିତ ହେଉଛି । ସହାରାଚଂଳରେ ମହାନଗର ନିଗମ ବର୍ତମାନ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅପଣେଇଛନ୍ତି । ନଗର ବାସୀଙ୍କ ଯାତାୟତ ପାଇଁ ମୋ ବସ ଓ ମୋ ସାଇକେଲ ବ୍ୟବସ୍ଥା କରାଯାଇଛି । କିନ୍ତୁ ଏହା କେତେ ଉପକାରୀ ହେଇଛି ତାହାର ସମୀକ୍ଷା ହେବା ଆବଶ୍ୟକ । ସହରାଚଂଳର ସୁବୁଠାରୁ ବଡ ସମସ୍ୟା ହେଉଛି ଡ୍ରେନେଜ ବ୍ୟବସ୍ଥା । ଡ୍ରେନେଜ ବ୍ୟବସ୍ଥା ନଥିବାରୁ ବର୍ଷା ଦିନ ମାନଙ୍କରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକମାନେ ଏଥିପାଇଁ ବହୁତ ଦିନରୁ ଦାବି କରି ଆସୁଥିଲେ ହେଁ ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିଲା ନାହିଁ । ସ୍ୱାୟତ ଶାସନ ବ୍ୟବସ୍ଥାରେ ଲୋକମାନଙ୍କ ପାଇଁ ଯେଉଁ ସୁବିଧା ସୁଯୋଗ କରାଯାଛି ତାହା ଲୋକଙ୍କ ପାଖରେ ସୁଚାର ରୁପେ ପଂହଚୁଛି କି ନାହିଁ ତାହାର ତର୍ଜମା କରାଯିବ ନିହାତି ଆବଶ୍ୟକ ।
ଏବେ ଆମେ ସ୍ୱାୟତ ଶାସନ ବ୍ୟବସ୍ଥାର ଇତିହାସ କଥାକୁ ଆଲେଚନା କରିବା,
ପ୍ରାଚୀନ କାଳରୁ ଭିନ୍ନଭିନ୍ନ ସମୟରେ ବିିଭନ୍ନ ପ୍ରକାର ଶାସନ ବ୍ୟବସ୍ଥା ପ୍ରଚଳିତ ହୋଇ ଆସୁଛି । ପୁରାତନ ଯୁଗରେ ଏହାର ଛବି ଯାହାଥିଲା ଆଧୁନିକ ଯୁଗରେ ଏହା ସଂପୂର୍ଣ୍ଣ ଅଲଗା ରହିଛି । ପ୍ରଚୀନ କାଳରେ ରୁକ୍ବେଦ ଅଧିକ ଉନ୍ନତ ଜନପଦ ସଂପର୍କରେ ଉଲ୍ଲେଖ କରିଛି । ମନୁ ପ୍ରଚୀନ ଭାରତର ସହରାଚଂଳ ପ୍ରଶାସନ କାର୍ଯ୍ୟକାରିତା ସଂପର୍କରେ ବର୍ଣ୍ଣନା କରିଛନ୍ତି । ଖ୍ରୀଷ୍ଟ୍ରପୂର୍ବ ତୃତୀୟ ଶତାର୍ଦ୍ଧୀରେ ନନ୍ଦ ବଂଶର ରାଜୁତି ସମୟରେ କୈଟିଲ୍ୟ ସର୍ବ ପ୍ରଥମେ ସ୍ଥାନୀୟ ପ୍ରାଶସନର ଫର୍ମୁଲା ତାଙ୍କ ପ୍ରଣିତ ଅର୍ଥଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି । ମେଘାସ୍ଥିନିସ୍ ମଧ୍ୟ ଖ୍ରୀଷ୍ଟ୍ର୍ରପୂର୍ବ ତୃତୀୟ ଶତାଦ୍ଧୀରେ ଭାରତରେ ଚାଲିଥିବା ସ୍ଥାନୀୟ ପ୍ରଶାସନ ସଂପର୍କରେ ତାଙ୍କ ଲେଖାରେ ବର୍ଣ୍ଣନା କରିଛନ୍ତି । ମୋଗଲ ଶାସନ ସମୟରେ କଟୁଆଳମାନେ ସ୍ଥାନୀୟ ଶାସନ ବ୍ୟବସ୍ଥା ପରିଚାଳନା କରୁଥିଲେ । ଏହା ସହିତ ମାଜିଷ୍ଟ୍ରେଟ ଓ ପୋଲିସର କାର୍ଯ୍ୟ ମଧ୍ୟ ସେମାନଙ୍କୁ କରିବାକୁ ପଡୁଥିଲା ।