ବାଙ୍କୀ: ମହାମାରୀ କରୋନା ପ୍ରଭାବରେ ସମଗ୍ର ଦେଶରେ ପାଠପଢା ସମ୍ପୂର୍ଣ୍ଣ ୯ମାସ ଧରି ବନ୍ଦ ରହିଥିଲା । ଏହା ପ୍ରଭାବରେ ସବୁ ବର୍ଗର ଛାତ୍ରଛାତ୍ରୀ ମାନେ ପାଠପଢାକୁ ନେଇ ଚିନ୍ତାରେ ଥିଲେ । ନିଜର ଭବିଷ୍ୟତ ପାଇଁ ଚିନ୍ତା ବଢିଥିଲା । କୋଭିଡ କଟକଣା କୋହଳ କରାଯାଇ ଜାନୁଆରୀ ମାସ ୮ତାରିଖ ଠାରୁ ୧୦ମ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ସଂକ୍ଷିପ୍ତ ଭାବରେ ଶ୍ରେଣୀଗୃହରେ ପାଠପଢା ଆରମ୍ଭ କରିଥିବା ବେଳେ ଜାନୁଆରୀ ୧୧ ତାରିଖ ସୋମବାରଠୁ ରାଜ୍ୟର ବିଭିନ୍ନ ବହାବିଦ୍ୟାଳୟରେ +୩ ଶେଷ ବର୍ଷର ବିଦ୍ୟାର୍ଥୀଙ୍କ ପାଇଁ ପାଠପଢା ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ଶେଷ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ର ଛାତ୍ରୀ ମାନେ ଉକôଣ୍ଠାର ସହ ମହାବିଦ୍ୟାଳୟକ୍ୁ ଆସିଛନ୍ତି । ଦୀର୍ଘ ୯ମାସ ଧରି ଖାଁ ଖାଁ ପଡିଥିବା ମହାବିଦ୍ୟାଳୟଟି ଛାତ୍ରଛାତ୍ରୀଙ୍କ ଗହଣରେ ନିଜ ପରିବେଶକୁ ସୌନ୍ଦର୍ଯ୍ୟକରଣ କରିବା ସହିତ ଛାତ୍ରଛାତ୍ରୀଙ୍କ ମନରେ ଖୁସି ଫେରିଛି । ମହାବିଦ୍ୟାଳୟ କର୍ତୁପକ୍ଷଙ୍କ ପ୍ରବଶେ ଦ୍ୱାରରେ ପିଲାମାନଙ୍କୁ ସାନିଟାଇଜ କରିବା , ଥର୍ମାଲ ସ୍କିନିଂ କରିବା ଏବଂ ଛାତ୍ରଛାତ୍ରୀ , ଅଧ୍ୟାପକ ଅଧ୍ୟାପିକା ମାନେ ମାସ୍କ ପରିଧାନ କରି କଲେଜ ମଧ୍ୟକୁ ପ୍ରବେଶ କରିବା ପାଇଁ ଯାଂଚ କରାଯାଇଛି । ସେପଟେ ଶ୍ରେଣୀ ଗୃହରେ ଦୂରତା ରକ୍ଷା କରି ଅଧ୍ୟାପକ ଓ ଅଧ୍ୟାପିକା ମାନେ ପାଠପଢାଇବା ଆରମ୍ଭ କରିଛନ୍ତି । ମହାବିଦ୍ୟାଳୟ ପରିସରରେ ଥିବା ଛାତ୍ରାବାସ ଖୋଲିବାର ଅନୁମତି ମିଳିଲେ ଖୁବ ଶୀଘ୍ର ଶେଷ ବର୍ଷର ଛାତ୍ରଛାତ୍ରୀମାନେ ପୂର୍ଣ୍ଣ ସଂଖ୍ୟାରେ ଶ୍ରେଣୀଗୃହରେ ଉପସ୍ଥିତ ରହି ପାଠପଢିବେ ବୋଲି ସୂଚନା ମିଳିଛି । ଏସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷ ନିରଞ୍ଜନ ସିଅଙ୍କ ସହ ଯୋଗା ଯୋଗ କରିବାରୁ ପ୍ରଥମ ଦିନରେ ମହାବିଦ୍ୟାଳୟକୁ ପ୍ରାୟ ୬୦ ଭାଗ ଉପସ୍ଥାନ ମିଳିଛି ।କୋଭିଡ କଟକଣା ସହିତ ସରକାରଙ୍କ ନିୟମ ଅନୁପାଳନ ପାଇଁ ମହାବିଦ୍ୟାଳୟ କ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଖୁବ୍ ଶୀଘ୍ର ବିଦ୍ୟାର୍ଥୀଙ୍କ ଉପସ୍ଥାନ ବୃଦ୍ଧି ପାଇ ପାଠପଢାକୁ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି ।