୪ ଝିଅ ଓ ପତ୍ନୀଙ୍କୁ ହାଣିଲା ବାପା: ଜଣେ ଝିଅର ମୃତ୍ୟୁ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଗୋବିନ୍ଦପୁର ଥାନା ଅନ୍ତଗର୍ତ ଗଡ଼ପୋଷ ଫାଣ୍ଡି ଯୌତୁକ ବାହାଲ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ବାପ ତାର ୪ଝିଅ ଓ ପତ୍ନୀର ଗଳାକାଟି ହତ୍ୟା ଉଦ୍ୟମ କରିଥିବା ବେଳେ ନିଜେ ଗଳାକାଟି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ସମଗ୍ର ଅଞ୍ଚଳରେ ଘୋର ଆଲୋଡନ ସୃଷ୍ଟି କରିଛି । ତେବେ ଗୋଟିଏ ଝିଅର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସାଲାଗି ହସ୍ପିଟାଲରେ ଭର୍ତି କରାଯାଇଛି ।
ଘଟଣାରୁ ପ୍ରକାଶ ଯେ, ପିଶାଚ ବାପା ସୁକୁ ଓରାମ ଆଜି ତାର ୪ଝିଅଙ୍କ ଗଳାକାଟି ଦେଇଥିଲା । ତେବେ ଏଥିରେ ତାର ପତ୍ନୀ ବାଧା ଦେବାରୁ ତାକୁ ମଧ୍ୟ ଆକ୍ରମଣ କରିଥିଲା । ଶେଷରେ ନିଜେ ଗଳାକାଟି ଆତ୍ମହତ୍ୟା କରିଥିଲା । ଝିଅମାନଙ୍କ ବୟସ ୧୫ରୁ ୨ବର୍ଷ ପର୍ଯ୍ୟନ୍ତ । ଜଣେ ତିନିବର୍ଷ ବୟସ ଝିଅର ମୃତ୍ୟୁୁ ଘଟିଛି । ଏହି ଘଟଣାରେ ପତ୍ନୀ ଏତେବରୀ ଓରାମ ମଧ୍ୟ ଆହତ ହୋଇଛି । ତାଙ୍କ ହାତରେ ଆଘାତ ଲାଗିଛି । ଗ୍ରାମବାସୀ ଗୁରୁତର ଅବସ୍ଥାରେ ସୁକୁ ତାର ପତ୍ନୀ ଓ ୪ଝିଅଙ୍କୁ ଚିକିତ୍ସା ଲାଗି ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ଭର୍ତି କରିଥିଲେ । ତେବେ ହସ୍ପିଟାଲ ନେବା ବାଟରେ ଗୋଟିଏ ଝିଅର ମୃତ୍ୟୁ ଘଟିଥିଲା । ପୋଲିସ୍ ଗ୍ରାମରେ ପହଞ୍ଚି ତଦନ୍ତ ଜାରୀ ରଖିଛି । ତେବେ ଏଭଳି ଅଭାବନୀୟ ଘଟଣାର କାରଣ ସମ୍ପର୍କରେ କିଛି ଜଣାପଡିନାହିଁ । ପାରିବାରିକ କଳହ କିମ୍ବା ଦାରିଦ୍ରକୁ ନେଇ ଏଭଳି ଘଟଣା ଘଟିଥିବା ଆଶଙ୍କା କରାଯାଇଛି ।
୪ ଝିଅ ଓ ପତ୍ନୀଙ୍କୁ ହାଣିଲା ବାପା: ଜଣେ ଝିଅର ମୃତ୍ୟୁ

Comments (0)
Add Comment