ଭୁବନେଶ୍ୱର- ମହଙ୍ଗା ହେଲା ବିଦ୍ୟୁତ ଶୁଳ୍କ । ୨୦୨୦-୨୧ ବର୍ଷ ପାଇଁ ୪ ପ୍ରତିଶତ ବିଦ୍ୟୁତ ଦର ବୃଦ୍ଧି ହୋଇଛି ବୋଲି ଓଇଆରସି ପକ୍ଷରୁ କୁହାଯାଇଛି । ଅକ୍ଟୋବର ପହିଲାରୁ ଗ୍ରାହକଙ୍କୁ ଏହି ବର୍ଦ୍ଧିତ ବିଦ୍ୟୁତ ବିଲ ଦେବାକୁ ପଡିବ । ଏହି ଦର ବୃଦ୍ଧିକୁ ନେଇ ଗ୍ରାହକ ଓ ଅନ୍ୟ ରାଜନୈତିକ ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏନେଇ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଦୀର୍ଘ ୭ ବର୍ଷ ପରେ ୪ ପ୍ରତିଶତ ଶୁଳ୍କ ବୃଦ୍ଧି କରାଯାଇଛି ।