ଭୁବନେଶ୍ୱର- ଓଡିଶା ପୋଲିସର ୫୨ ଜଣ କରୋନା ଯୋଦ୍ଧା ପ୍ଳାଜମା ଦାନ କରି ସାରିଲେଣି । ଏନେଇ ଓଡିଶା ପୋଲିସ ପକ୍ଷରୁ ଟୁଇଟ କରି ସୂଚନା ଦେଇଛନ୍ତି । ଓଏସପି ଦ୍ୱିତୀୟ ବାଟାଲିୟନ ଝାରସୁଗୁଡା ୬ ଜଣ, ଓଏସଏପି ତୃତୀୟ ବାଟାଲିୟନ କୋରାପୁଟରୁ ୫, ଓଏସଏପି ଚତୁର୍ଥ ବଟାଲିୟନ ରାଉଲକେଲାରୁ ଜଣେ, ଓଏସଏପି ବରିଷ୍ଠ ବଟାଲିୟନ କଟକରୁ ଜଣେ, ଓଏସଏପି ଅଷ୍ଟମ ବାଟାଲିୟନ ଛତ୍ରପୁରରୁ ୧୪ ଜଣ, ପ୍ରଥମ ଆଇଆର ବାଟାଲିୟନ କୋରାପୁଟରୁ ଜଣେ, ଚତୁର୍ଥ ଆଇଆର ବଟାଲିୟନ ଦେଓଗଡରୁ ଜଣେ, ପଂଚମ ଆଇଆର ବଟାଲିୟନ ବୌଦ୍ଧରୁ ୨ ଜଣ, ପିଟିଏଏସ ନୟାଗଡରୁ ଜଣେ, ଗଞ୍ଜାମ, ଜିଲ୍ଲାରୁ ୨, କଟକ ଜିଲ୍ଲାରୁ ୪, ପୁରୀରୁ ଜଣେ, ନୟାଗଡ ଜଣେ, ସୁନ୍ଦରଗଡ ୩, ଗଜପତି ୬ ଓ ବ୍ରହ୍ମପୁର ଜିଲ୍ଲାରୁ ଜଣେ କୋଭିଡ ଯୋଦ୍ଧା ପ୍ଳାଜମା ଦାନ କରିଥିବା ସୂଚନା ମିଳିଛି ।