୬ଟି ବ୍ରିଜ୍ ର ଉଦ୍ଘାଟନ କଲେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ- ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଜମ୍ମୁ-କାଶ୍ମୀରର ୬ଟି ବ୍ରିଜର ଉଦଘାଟନ କରିଛନ୍ତି । ଭିଡିଓ କନଫରେନସିଂ ଜରିଆରେ ଏହି ବ୍ରିଜର ଉଦଘାଟନ କରିଛନ୍ତି ରାଜନାଥ ସିଂହ । ବିଆରଓ ଦ୍ୱାରା ତିଆରି ହୋଇଛି ଏହି ବ୍ରିଜ୍ । ଜମ୍ମୁ କଶ୍ମୀରରେ ତିଆରି ହୋଇଥିବା ଏହି ୬ଟି ବ୍ରିଜ୍ ମଧ୍ୟରୁ ୧୬୦ ମିଟର ଲମ୍ବର ତାରନାହ -୧ ଏବଂ ୩୦୦ ମିଟର ଲମ୍ବର ତାରନାହ-୨ ସମେତ ଚାରୋଟି ବ୍ରିଜ୍ , ବଲୱାନ, ଘୋଡାୱାଲା, ପାହାଡିୱାଲା ଏବଂ ପନିଆଲି ବ୍ରିଜ । ଏହି ସେତୁ ଦ୍ୱାରା ପ୍ରାୟ ୨୧୭ ଗାଁର ୪ଳକ୍ଷରୁ ଅଧିକ ଲୋକ ଉପକୃତ ହେବେ । ଏମିତିକି ସେନା ବାହିନୀ ଉପକରଣ ନେବା ଆଣିବାରେ ଏହି ବ୍ରିଜ୍ ସହାୟକ ହେବ । ଫଳରେ ଅହଂଚ ଇଲାକାରେ ଖୁବ୍ କମ୍ ସମୟରେ ସେନା ପହଂଚି ପାରିବ । ତେବେ ବିଆରଓ ନୂତନ ଜ୍ଞାନ କୌଶଳ ବ୍ୟବହାର କରି ଗତ ଦୁଇ ବର୍ଷ ମଧ୍ୟରେ ୨୨୦୦ କିଲୋମିଟର ରାସ୍ତା କାଟିଛି । ୪୨୦୦ କିଲୋମିଟର ରାସ୍ତା ଆହୁରି କଟାଯିବ ବୋଲି ଜଣାଡିଛି । ମୋଟ ୫୮୦୦ ମିଟର ସ୍ଥାୟୀ ବ୍ରିଜ୍ ନିର୍ମାଣ କରାଯାଉଛି । ତେବେ କରୋନା ଭାଇରସ୍ ପାଇଁ ଯଦିଓ ଦେଶ ଲକ୍ଡାଉନ ରହିଥିଲା । ହେଲେ ବିଆରଓର ଦ୍ୱାରା ଉତର-ପୂର୍ବ ରାଜ୍ୟ ହିମାଚଳ, ଉତରପ୍ରଦେଶ, ଜମ୍ମୁ କଶ୍ମୀର ଏବଂ ଲଦାଖର ସୀମାନ୍ତ ଅଂଚଳରେ ସଡକ ଓ ସେତୁ ନିର୍ମାଣ କାର୍ଯ୍ୟ ଜାରି ରହିଛି ।

Comments (0)
Add Comment