୭୧ତମ ବନମହୋତ୍ସବ ସପ୍ତାହର ଶୁଭାରମ୍ଭ

ଢେଙ୍କାନାଳ : ଗୁରୁଦେବଜୀ ମିଶନ ସୁରକ୍ଷା ପକ୍ଷରୁ ୭୧ ତମ ବନମହୋତ୍ସବ ସପ୍ତାହ ଗତକାଲି ଢେଙ୍କାନାଳ ଚାନ୍ଦମାରି ସାହିରେ ବୃକ୍ଷରୋପଣ କରି ଶୁଭାରମ୍ଭ ହୋଇଥିବାବେଳେ ଆଜି ମଙ୍ଗଳପୁର ଓ ନଛିପୁରା ଗ୍ରାମରେ ବିଭିନ୍ନ ପ୍ରକାର ଔଷଧୀୟ ଓ ଫଳ ଗଛ ସଦସ୍ୟମାନଙ୍କ ଦ୍ୱାରା ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମ ଗୁରୁଦେବଜୀ ମିଶନ ସୁରକ୍ଷାର ପ୍ରତିଷ୍ଠାତା ଇଂ ସୌମ୍ୟବ୍ରତ ସାହୁଙ୍କ ଆହ୍ୱାନକ୍ରମେ ଆରମ୍ଭ ହୋଇଥିଲା । ଏଥିରେ ଡାକ୍ତର ଦେବୀ ପ୍ରସାଦ ମିଶ୍ର, , ରଞ୍ଜନ କୁମାର ନାୟକ, ଇଂ. ଶୁଭପ୍ରସାଦ ପଣ୍ଡା, ବଦ୍ରିନାଥ ବରାଳ ପ୍ରମୁଖ ଉପସ୍ଥିତ ରହି ପ୍ରାୟ ୩୦ରୁ ଉଦ୍ଧ୍ୱର୍ ଗଛ ରୋପଣ କରାଯାଇଛି ।

ଆଗାମୀ ଦିନରେ ଆହୁରି ୭୦ ଗଛ ଲଗାଯିବା ପାଇଁ ଯୋଜନା କରାଯାଇଛି । ସେହିପରି ଆଜି ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ଓ ବନବିଭାଗର ମିଳିତ ଆନୁକୂଲ୍ୟରେ ଗୁଡିଆନାଳି ନିକଟସ୍ଥ ଗୋଡି ପଡିଆ ଓ କାମାକ୍ଷାପ୍ରସାଦ ଉଚ୍ଚ ବିଦ୍ୟାଳୟ, ଗୋବିନ୍ଦପୁରଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମିଶନ ସୁରକ୍ଷାର ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Comments (0)
Add Comment