ରାୟଗଡା- ରାୟଗଡା କେନ୍ଦ୍ରୀୟ ବିଦ୍ୟାଳୟରେ ଜିଲ୍ଲା ସ୍ତରୀ ୭୧ତମ ବନ ମହୋସôବ ସପ୍ତାହ ପାଳିତ ହୋଇଯାଇଛି । ଏହି ମହୋତ୍ସବରେ ମାନ୍ୟବର ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ମୁଖ୍ୟ ଅତିଥି ଭାବେରେ ଯୋଗ ଦେଇଥିଲେ । ସେଠାରେ ସେ ନିଜର ବକ୍ତ୍ୟବ ରଖି କହିଥିଲେ ପୃଥିବୀରେ ବଂଚିବା ପାଇଁ ଜଙ୍ଗଲ ନିହାତି ଆବଶ୍ୟକ । ଏବେ ଯେତେବି ବିନର୍ଯ୍ୟୟ ସୃଷ୍ଟି ହେଉଛି ସେ କେବଳ ପରିବେଶ ଜନିତ ସମସ୍ୟା ପାଇଁ । ତେଣୁ ଆମେ ସମସ୍ତେ ମିଶି ବୃକ୍ଷ ରୋପଣ କରି ଓ ଜଳ, ଜମି, ଜଙ୍ଗଲ କୁ ସୁରକ୍ଷା କରିବା । ସେହିରି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା କହିଛନ୍ତି ସାଂପ୍ରତିକ ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟର କାରଣ ଓ ମୁକାବିଲା ସହ କାର୍ଯ୍ୟକ୍ରମରେ ହେଉଥିବା ବୃକ୍ଷରୋପଣ ଓ ବନିକରଣ ଉପରେ ଆଲୋକପାତ କରିଥିଲେ ।ସେହିଭଳି ଏହି ଉତ୍ସବରେ ବନଖଣ୍ଡ ଅଧିକାରୀ ଅଶ୍ୱିନୀ କୁମାର କର ଓ କେନ୍ଦ୍ରୀୟ ବିଦ୍ୟାଳୟର ଅଧକ୍ଷ ଦୁର୍ଗା ପ୍ରସାଦ ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମ ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ।
ପରେ ବନ ସୁରକ୍ଷା ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କାସିଲି ବନ ସୁରକ୍ଷା ସମିତି ଓ ଡାଲମେରଡିଆ ବନ ସୁରକ୍ଷା ସମିତି କୁ ୨୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା ଏହାପରେ ବିଦ୍ୟାଳୟ ପରିଶରରେ ବୃକ୍ଷ ରୋପଣ କରାଯାଇଥିଲା । ଏଥିରେ ଅତିରିକ୍ତ ବନ ସୁରକ୍ଷା ଅଧିକାରୀ ପ୍ରଦୀପ କୁମାର ବାତ୍ର, ନିତ୍ୟାନନ୍ଦ ନାୟକ , ବିଭାଗର କର୍ମଚାରୀ , କେନ୍ଦ୍ରୀୟ ବିଦ୍ୟାଳୟର କର୍ମଚାରୀ ଓ ଶିକ୍ଷକମାନେ , ସମ୍ବାଦିକ ଅମୂଲ୍ୟ ରତ୍ନ ସାହୁ, ସୁବ୍ରତ କୁମାର ଚୌଧୁରୀ ସମାଜସେବୀ ବିଦ୍ୟାଧର ଦୁରିଆ ପ୍ରମୁଖ ରହି ବୃକ୍ଷ ରୋପଣ କରିଥିଲେ ।