ଭୁବନେଶ୍ୱର: ଗତ ଜାନୁୟାରୀ ମାସରେ ଶୀତ ରାଜବାସୀଙ୍କ ସହ ଲୁଚକାଳି ଖେଳିଥିଲା । କିନ୍ତୁ ଫେବ୍ରୃଆରି ମାସ ଆରମ୍ଭରୁ ରାଜ୍ୟ ମଧ୍ୟକୁ ଶୀତ ଲହରୀ ପ୍ରବାହିତ ହେବା ସହି ତମାମ୍ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହୋଇଛି । ଉତର, ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକଠାରୁ ଆରମ୍ଭ କରି ପଶ୍ଚିମ ଓ ଉପକୂଳ ଓଡିଶାରେ ଅନେକ ଜିଲ୍ଲାରେ ପାରଦ ୧୦ ଡିଗ୍ରି ତଳକୁ ଖସି ଯାଇଛି ଏବଂ ରାତ୍ରିର ସର୍ବନିମ୍ନ ତାପମାତ୍ରାରେ ହା୍ରସ ଘଟିଛି । ଗତ ୨୪ ଘଂଣା ମଧ୍ୟରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରି ସୁନ୍ଦରଗଡଠାରେ ଓ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରି ନୟାଗଡଠାରେ ରେକର୍ଡ କରାଯାଇଥିଲା ।
ଏଥିନେଇ ରାଜ୍ୟର ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, କେନ୍ଦୁଝର, କନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି ଓ ନବରଙ୍ଗପୁର ପ୍ରଭୃତି ୮ଟି ଜିଲ୍ଲାକୁ ଚେତାବନୀ ସହ ୟୋଲୋ ୱାର୍ଣ୍ଣିଂ ଜାରି କରିଛି । ଏହି ସମୟ ମଧ୍ୟରେ ଶିଶୁ, ବୃଦ୍ଧ ତଥା ରୋଗୀମାନଙ୍କୁ ଘରୁ ପଦାକୁ ନ ବାହାରିବା ପାଇଁ ପରାମର୍ଶ ଦେବା ସହ ଘନ କୁହୁଡିକୁ ଦୃଷ୍ଟିରେ ରଖି ଯାନବାହାନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ।