୮ଟି ସହରକୁ ରେଳ ଚଳାଚଳ ବାତିଲ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ରେଳବାଇ ୮ଟି ସହରକୁ ରେଳଚଳାଚଳ ବାତିଲ କରିଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରେଳ ଚଳାଚଳ ବନ୍ଦ ରହିବ ବୋଲି କୁହାଯାଇଛି । ସେହିପରି ଯାତ୍ରୀ ନ ହେବାରୁ ପୂର୍ବତଟ ରେଳପଥ ପକ୍ଷରୁ ଆଉ ୪ଟି ଦୈନିକ ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍ ହୋଇଛି । ଭୁବନେଶ୍ୱର-ଜଗଦଲପୁର ସ୍ୱତନ୍ତ୍ର ଟ୍ରେନ୍ ମେ’ ୮ରୁ ୨୨ତାରିଖ ଯାଏ ବାତିଲ ରହିବ । ଓଡିଶାରେ ପ୍ରତି ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍‌ଡାଉନ୍ ହେଉଥିବାରୁ ଆସନ୍ତା ଦୁଇ ସପ୍ତାହ ଲାଗି ୧୧ଯୋଡା ଦୈନିକ ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍ କରିବାକୁ ନିଷ୍ପତି ହୋଇଛି । ମେ’ ୮,୯,୧୫ ଓ ୧୬ରେ ୨୨ଟି ଟ୍ରେନ୍ ବାତିଲ୍ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ଘୋଷଣା କରାଯାଇଛି । ଉକ୍ତ ଟ୍ରେନ୍‌ଗୁଡିକ ହେଲା, ଭୁବନେଶ୍ୱର-କେନ୍ଦୁଝର-ଭୁବନେଶ୍ୱର, ପୁରୀ-ଅନୁଗୁଳ-ପୁରୀ, ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, ପୁରୀ-କଟକ-ପୁରୀ, କଟକ-ଭଦ୍ରକ-କଟକ, କଟକ-ପାରାଦ୍ୱୀପ-କଟକ, କଟକ-ଭଦ୍ରକ-କଟକ, ବିଶାଖାପାଟଣା-ରାୟପୁର-ବିଶାଖାପାଟଣା, ଭୁବନେଶ୍ୱର-ପଲାସା-ଭୁବନେଶ୍ୱର, ସମ୍ବଲପୁର-ରାୟଗଡା-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍ । ସେହିପରି ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର ସ୍ପେଶାଲ ଟ୍ରେନ୍ ଭୁବନେଶ୍ୱରରୁ ମେ’ ୮,୯,୧୫ ଓ ୧୬ ଏବଂ ବାଙ୍ଗିରିପୋଷିରୁ ୯,୧୦,୧୧, ୧୭ରେ ବାତିଲ ରହିବ ।

Comments (0)
Add Comment