ଙ୍ଘଟା ପ୍ରତି ୧୬୦ କିଲୋମିଟର ବେଗରେ ଚାଳିବ ପାସେଞ୍ଜର ଟ୍ରେନ

ଭୁବନେଶ୍ୱର- ୨୦୨୨ ମାର୍ଚମାସ ସୁଦ୍ଧା ଦିଲ୍ଲୀ- ମୁମ୍ବାଇ ଓ ଦିଲ୍ଲୀ- ହାଓଡା ପାସେଞ୍ଜର ଟ୍ରେନ ଘଂଟାପ୍ରତି ୧୬୦ କିଲୋମିଟର ବେଗରେ ଚଳାଇବାକୁ ରେଳମନ୍ତ୍ରାଳୟ ଲକ୍ଷ୍ୟ ରଖିଛି । ବର୍ତମାନ ଦୁଇ ରୁଟରେ ଘଂଟା ପ୍ରତି ବେଗ ୧୩୦ କିଲୋମିଟର ରହିଛି । ଏହି ଲକ୍ଷ୍ୟ ହାସଲ ପାଇଁ ରେଳ ମନ୍ତ୍ରାଳୟ ରୋଡମ୍ୟାପ୍ ପ୍ରସ୍ତୁତ କରି ସାରିଛି । ଟ୍ରାକ ପରିଚଳନା ଠାରୁ ଆରମ୍ଭ କରି ସମଗ୍ର ରେଳ ପଥ ପାଶ୍ୱରେ ବାଡ ନିର୍ମାଣ କରିବା ଏହି ଯୋଜନାର ଅଂଶବିଶେଷ । ରେଳମନ୍ତ୍ରୀ ପୀୟୂଷ ଗୋୟଲ୍ ଏହି ପ୍ରକଳ୍ପକୁ ସମୀକ୍ଷା କରିବା ସହ କାର୍ଯ୍ୟ ଗ୍ରହଣ କରିବାକୁ ବୋର୍ଡ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ।

Comments (0)
Add Comment