ଭୁବନେଶ୍ୱର- ସ୍କୁଲ ,କଲେଜ ପରିବର୍ତେ ଏଣିକି ପଂଚାୟତରେ ହେବ ୧୦ ଶଯ୍ୟା ବିଶିଷ୍ଟ ସଙ୍ଗରୋଧ କେନ୍ଦ୍ର । ଜୁଲାଇ ପହିଲାରୁ ଏହା କାର୍ଯ୍ୟକାରୀ କରାଯିବ । ପ୍ରତ୍ୟେକ ପଂଚାୟତ ଗୁଡିକୁ ରାଜ୍ୟ ସରକାର ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବେ । ଏହି ସଙ୍ଗରୋଧ କେନ୍ଦ୍ର ଗୁଡିକ ଜନବସତି ଠାରୁ ଦୂରରେ ରହିବ । ଏସଂପର୍କରେ ରାଜ୍ୟ ପଂଚାୟତରାଜ ସଚିବ ଦେଓରଞ୍ଜନ କୁମାର ସିଂହ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । କରୋନା ଲକ୍ଷଣ ଥିବା କିମ୍ବା ସ୍ୱଳ୍ପ ଲକ୍ଷଣ ଥିବା ରୋଗୀଙ୍କୁ ଏହି ଗୃହରେ ରଖିଯିବ । ପଂଚାୟତର ରାଜୀବ ଗାନ୍ଧି କେନ୍ଦ୍ର, ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ, କମୁ୍ୟନିଟି ହଲ, କଲ୍ୟାଣ ମଣ୍ଡପ ଆଦିରେ ଏହା କାର୍ଯ୍ୟକାରୀ ହେବ । ଏହି ସମୟରେ ଖାଦ୍ୟ, ପରିଷ୍କାର – ପରିଛନ୍ନତା, ରକ୍ଷଣାବେକ୍ଷଣ ଓ ଅନ୍ୟ ସମସ୍ତ ପ୍ରକାର ସେବା ଯୋଗାଇବା ନିମନ୍ତେ ବ୍ୟବସ୍ଥା କରାଯିବ ।