ବିଷାକ୍ତ ମଦ ପିଇ ୧୦ ମୃତ

ଭୋପାଳ: ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଦୀପ ଲିଭି ଯାଇଛି । ଏଥିସହ ୨୦ ରୁ ଅଧିକ ଜଣ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମଧ୍ୟପ୍ରଦେଶ ମୋରେନା ଜିଲ୍ଲାରେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଗଭୀର ଆଲୋଡ଼ନ ସୃଷ୍ଟି ହୋଇଛି । ପୁଲିସ ମଅତଦେହକଚଡିକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସୂଚନାନୁଯାୟୀ ଗତ ସୋମବାର ସକାଳେ ପ୍ରଥମେ ବାଗଚିନି ଥାନା ଅନ୍ତର୍ଗତ ମାନପୁର ଅଂଚଳର ଜଣେ ବ୍ୟକ୍ତି ବିଷାକ୍ତ ମଦ ପିଇ ଅସୁସ୍ଥ ହୋଇପଡିଥିବା ଖବର ନଜରକୁ ଆସିଥିଲା ।ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଗ୍ୱାଲିଅର ନେବା ସମୟରେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।ଏହାପରେ ଗାଁର ଅନ୍ୟ କେତେ ଜଣ ବ୍ୟକ୍ତି ମଧ୍ୟ ଅସୁସ୍ଥ ହୋଇପଡିଥିଲେ । କିଛି ସମୟ ଭିତରେ ସେମାନଙ୍କ ମଧ୍ୟରୁ ୬ଜଣଙ୍କ ମୃତ୍ୟୁ ଘଟିଥିଲା ।ଏନେଇ ଖବର ମିଳିବା ପରେ ସ୍ଥାନୀୟ ପୁଲିସ ମାନୁର ଗାଁରେ ପହଂଚିଥିଲେ । ପୁଲିସ ତୁରନ୍ତ ଅସୁସ୍ଥମାନଙ୍କୁ ହସ୍ପିଟାଲରେ ଭର୍ତି କରିଥିଲେ । ତେବେ ଚିକିତ୍ସା ଧୀନ ଅବସ୍ଥାରେ ମେଡିକାଲରେ ହିଁ ୩ଜଣଙ୍କ ମୃତ୍ୟୁ ହୋଇଥିଲା । ବିଷାକ୍ତ ମଦ ପିଇବା ଯୋଗୁ ଏମାନଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ମେଡିକାଲର ଡାକ୍ତର ରାଘବେନ୍ଦ୍ର ସିଂହ କହିଛନ୍ତି ।

Comments (0)
Add Comment