ସ୍ଥାପନ ହେବ ୧୦୦ଟି ନୂଆ ସୈନିକ ସ୍କୁଲ

ସ୍ଥାପନ ହେବ ୧୦୦ଟି ନୂଆ ସୈନିକ ସ୍କୁଲ

ନୂଆଦିଲ୍ଲୀ: ଚଳିତ ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶିକ୍ଷା କ୍ଷେତ୍ରରେ ବ୍ୟାକପ ବିକାଶ ପାଇଁ ଘୋଷଣା କରିଛନ୍ତି । ଏଥିରେ ୧୦୦ଟି ନୂତନ ସୈନିକ ସ୍କୁଲ ପ୍ରତିÂା ସଂପର୍କରେ ଘୋଷଣା କରିଛନ୍ତି ଜାତୀୟ ଶିକ୍ଷା ନୀତିକୁ ସେ ହୃଦୟ ସହିତ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ।ଚଳିତ ବଜେଟରେ ଦେଶରେ ୧୦୦ ଟି ନୂତନ ସୈନିକ ସ୍କୁଲ ପ୍ରତିÂା କରାଯିବ । ଏଥିପାଇଁ ଘରୋଇ କ୍ଷେତ୍ରରେ ସହାୟତା ନିଆଯିବ । ଉଚ୍ଚଶିକ୍ଷା ଆୟୋଗ ଗଠନ କରାଯିବ । ଏଥିପାଇଁ ଆଇନରେ ସଂଶୋଧନ କରାଯିବ । ୪ କୋଟି ଅନୁସୂଚିତ ଜାତି ଛାତ୍ରଙ୍କ ପାଇଁ ୩୫ ହଜାର କୋଟି ଘୋଷଣା କରାଯାଇଛି । ୟୁଏଇ ସହିତ ମିଳିତ ଭାବରେ ଦକ୍ଷତା ତାଲିମ ଉପରେ କାର୍ଯ୍ୟ କରାଯିବ । ଭାରତ ଏବଂ ଜାପାନ ମିଳିତ ଭାବେ ଏକ ପ୍ରକଳ୍ପ ଚାଲୁ ରହିଛି । ଲେହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିÂା ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।ଆଦିବାସୀ ସ୍କୁଲରେ ଏକଲବ୍ୟ ବିଦ୍ୟାଳୟ ଖୋଲାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ପରବର୍ତୀ ଜନଗଣନା ପ୍ରକ୍ରିୟା ଡିଜିଟାଲ୍ ହେବ । ଏଥିପାଇଁ ସରକାର ୩୭୬୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଅନ୍ୟପକ୍ଷରେ ଚା’ ବଗିଚା କର୍ମଚାରୀଙ୍କ ପାଇଁ ଏକ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

Comments (0)
Add Comment