ରାୟଗଡା,ନି.ପ୍ର.: ଅଣାୟତ ହେଲାଣି ରାୟଗଡା ଜିଲ୍ଲାରେ ଡେଙ୍ଗୁ । ୪୯ ଡେଙ୍ଗୁ ରୋଗୀ ଚିହ୍ନଟ ପରେ ପୁଣି ଥଲେ ୧୨ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୨ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ଜଣେ ରାୟଗଡା ସଦର ମହକୁମାଠାରୁ ମାତ୍ର ୫ କି.ମି ଦୂର ସ୍ଥିତ ମାଲିଗାଁ ବୋଲି ଜଣାପଡିଛି । ଯାହାକୁ ନେଇ ଏବେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢିଯାଇଛି । ଚିହ୍ନଟ ହୋଇଥିବା ୧୨ ଜଣଙ୍କୁ ମଧ୍ୟରୁ ୯ ଜଣ ମୁନିଗୁଡା ବ୍ଲକ ଅନ୍ତର୍ଗତ ଟିକରପଡା ଗ୍ରାମର ହୋଇଥିବା ବେଳେ ୨ ଜଣ ବିଷମକଟକ ବ୍ଲକର ବୋଲି ଜଣାପଡିଛି । ତେବେ ଡଙ୍ଗୁର ଉପôତିସ୍ଥଳ ଟିକରପଡା ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅସ୍ଥାୟୀ କ୍ୟାମ୍ପ କରାଯାଇ ଗ୍ରାମବାସୀମାନଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଆର୍ତବନ୍ଧୁ ନାୟକ ଟିକିରପଡ଼ା ଗ୍ରାମ ପରିଦର୍ଶନ କରି ଅନୁଧ୍ୟାନ କରୁଛନ୍ତି । ଏକ ସ୍ୱତନ୍ତ୍ର ମେଡିକାଲ ଟିମ ଗଠନ କରି ଟିକରପଡା ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଏଥିସହ ଗ୍ରାମବାସୀମାନଙ୍କୁ ଡେଙ୍ଗୁ ସଂପର୍କରେ ସଚେତନ କରାଯାଉଛି । ଗ୍ରାମବାସୀମାନକୁ ନିଜ ନିଜ ଅଂଚଳକୁ ସଫା ରଖିବା ପାଇଁ କୁହାଯିବା ସହ ଗୋଟିଏ ଜାଗାରେ ଯେପରି ପାଣି ନ ଜମି ରହେ ସେଥି ପାଇଁ ଧ୍ୟାନ ଦେବା ପାଇଁ କୁହାଯାଇଛି । ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ ମୁନିଗୁଡାସ୍ଥିତ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖି ଚିକିତ୍ସା କରାଯାଉଛି । ଡେଙ୍ଗୁ ଯେପରି ଗୋଟିଏ ବ୍ଲକରୁ ଅନ୍ୟ ବ୍ଲକକୁ ନ ବ୍ୟାପେ ସେଥି ପ୍ରତି ସ୍ୱଚ୍ଛତା ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଉଛି । ବର୍ତମାନ ରାୟଗଡା ସହରର ପରିମଳ ବ୍ୟବସ୍ଥାକୁ ଆହୁରି ସୁଦୃଢ କରାଯାଇଛି । ଗୋଟିଏ ସ୍ଥାନରେ ଜମି ରହୁଥିବା ପାଣିକୁ ତୁରନ୍ତ ନିଷ୍କାସନ କରାଯାଉଛି । ଫଗିଂ ସହ ଡ୍ରେନେଜ ଗୁଡିକରେ ମଶା ତେଳ ସିଂଚନ କରାଯାଉଛି ।